ଲାହୋର: ଚାମ୍ପିଅନ୍ସ ଟ୍ରଫିର ଚତୁର୍ଥ ମ୍ୟାଚ୍ ଶନିବାର ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ୍ ଲାହୋରର ଗଦାଫି ଷ୍ଟାଡିୟମରେ ଖେଳାଯାଉଛି। ଟସ୍ ଜିତି ଅଷ୍ଟ୍ରେଲିଆ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବାବେଳେ ଇଂଲଣ୍ଡ ଦଳ ବ୍ୟାଟିଂ ଆରମ୍ଭ କରିଥିଲା।
ଏହି ମ୍ୟାଚ୍ରେ ଇଂଲଣ୍ଡ ପାଇଁ ବେନ୍ ଡକେଟ୍ ଧୂଆଁଧାର ବ୍ୟାଟିଂ କରି ଚମତ୍କାର ପ୍ରଦର୍ଶନ କରିଛନ୍ତି। ସେ ୧୬୫ର ଏକ ବଡ଼ ଇନିଂସ ଖେଳି ଏକ ମହାନ ସଫଳତା ହାସଲ କରିଛନ୍ତି।
ସେ ଚାମ୍ପିଅନ୍ସ ଟ୍ରଫିରେ ଇଂଲଣ୍ଡ ପାଇଁ ସବୁଠାରୁ ବଡ଼ ଇନିଂସ ଖେଳିଥିବା ବ୍ୟାଟସମ୍ୟାନ୍ ହୋଇଛନ୍ତି। ସେ ଜୋ ରୁଟ୍ଙ୍କୁ ପଛରେ ପକାଇ ଦେଇଛନ୍ତି। ଏହା ବ୍ୟତୀତ ସେ ଚାମ୍ପିଅନ୍ସ ଟ୍ରଫି ଇତିହାସରେ ସବୁଠାରୁ ବଡ଼ ଇନିଂସ ଖେଳିବାରେ ବିଶ୍ୱର ପ୍ରଥମ ବ୍ୟାଟସମ୍ୟାନ୍ ହୋଇଛନ୍ତି।
🚨 HISTORY AT LAHORE 🚨
— Johns. (@CricCrazyJohns) February 22, 2025
- Ben Duckett has the highest individual score in Champions Trophy history. pic.twitter.com/GLbYRoISR3
ବେନ୍ ଡକେଟ ଚାମ୍ପିଅନ୍ସ ଟ୍ରଫିରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିବାରେ ପ୍ରଥମ ଇଂଲଣ୍ଡ ଖେଳାଳି ହୋଇଛନ୍ତି। ସେ ଜୋ ରୁଟ୍ଙ୍କୁ ପଛରେ ପକାଇ ଦେଇଛନ୍ତି। ରୁଟ୍ ୨୦୧୭ରେ ଓଭାଲରେ ବାଂଲାଦେଶ ବିପକ୍ଷରେ ଅପରାଜିତ ୧୩୪ ରନ କରିଥିଲେ। କିନ୍ତୁ ଡକେଟ୍ ୧୬୫ ରନ୍ କରିଛନ୍ତି।
ଏପରି ସଫଳତା ହାସଲ କରିବାରେ ସେ ପ୍ରଥମ ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। କେବଳ ଇଂଲଣ୍ଡ ନୁହେଁ, ସେ ଚାମ୍ପିଅନ୍ସ ଟ୍ରଫି ଇତିହାସରେ ସବୁଠାରୁ ବଡ଼ ଇନିଂସ ଖେଳିଥିବା ବ୍ୟାଟସମ୍ୟାନ୍ ହୋଇ ପାରିଛନ୍ତି।
ଅଧିକ ପଢ଼ନ୍ତୁ: ତେଲେଙ୍ଗାନାରେ ସୁଡ଼ଙ୍ଗ ଭୁଶୁଡ଼ିଲା: ୫୦ ଜଣ ଶ୍ରମିକ କାମ କରୁଥିଲେ
A record-breaking knock from Ben Duckett set the tone for England's mammoth total against Australia 🔥#ChampionsTrophy#AUSvENG ✍️: https://t.co/DBjsJNDgkYpic.twitter.com/NCDDqeCfLT
— ICC (@ICC) February 22, 2025
ଡକେଟ୍ଙ୍କ ପୂର୍ବରୁ, ଆଇସିସି ଟୁର୍ଣ୍ଣାମେଣ୍ଟରେ ସବୁଠାରୁ ବଡ଼ ଇନିଂସ ଖେଳିବାର ରେକର୍ଡ ସଚିନ ତେନ୍ଦୁଲକରଙ୍କ ନାମରେ ଥିଲା। ସେ ୧୯୯୮ ମସିହାରେ ୧୪୧ ରନର ଏକ ଇନିଂସ ଖେଳିଥିଲେ। କିନ୍ତୁ ଏବେ ଡକେଟ୍ ମାଷ୍ଟର ବ୍ଲାଷ୍ଟରଙ୍କୁ ପଛରେ ପକାଇ ଦେଇ ପ୍ରଥମ ଆଇସିସି ଟୁର୍ଣ୍ଣାମେଣ୍ଟରେ ଅଧିକ ବ୍ୟକ୍ତିଗତ ସ୍କୋର୍ କରିଥିବା ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି।
ଅଧିକ ପଢ଼ନ୍ତୁ: ଅଷ୍ଟ୍ରେଲିଆକୁ ୩୬୨ ରନ୍ର ବିଜୟ ଲକ୍ଷ୍ୟ ଦେଲା ଇଂଲଣ୍ଡ