କୋଲ୍କାତା: ଗୁରୁବାର ଦିନ ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାର ବିରୋଧରେ ‘ବିଜେପି’ର ଯୁବ ମୋର୍ଚାର ‘ନବାନ୍ନ ଚଲୋ’ ପ୍ରତିବାଦ ପଦଯାତ୍ରା ସମୟରେ ପୁଲିସ ଓ ବିଜେପି କର୍ମଙ୍କ ମଧ୍ୟରେ ସଂଘର୍ଷ ଘଟିଛି। ପଶ୍ଚିମବଙ୍ଗ ରାଜ୍ୟ ସଚିବାଳୟ ‘ନବାନ୍ନ’ ବାହାରେ ପ୍ରତିବାଦକାରୀମାନେ ଏକତ୍ର ହୋଇ ବିକ୍ଷୋଭ ପ୍ରଦର୍ଶନ କରିବାର କାର୍ଯ୍ୟକ୍ରମ ଥିଲା।
‘ନବାନ୍ନ ଚଲୋ’ ପଦଯାତ୍ରାରେ ଭାଗ ନେବାକୁ ବିଜେପି କର୍ମୀମାନେ କୋଲକାତାସ୍ଥିତ ଦଳର ମୁଖ୍ୟାଳୟ ବାହାରେ ସମବେତ ହୋଇ ସରକାର ବିରୋଧୀ ସ୍ଲୋଗାନ୍ ଦେଉଥିବା ବେଳେ ସଂଘର୍ଷର ସୂତ୍ରପାତ ହୋଇଥିଲା। ହାଓଡ଼ାର ସାନ୍ତ୍ରାଗାଛି ଠାରେ ନବାନ୍ନ ପଦଯାତ୍ରା ବେଳେ ବିଜେପି କର୍ମୀମାନଙ୍କୁ ଘଉଡ଼ାଇବା ନିମନ୍ତେ ପଶ୍ଚିମବଙ୍ଗ ପୁଲିସ ଲୁହବୁହା ବାଷ୍ପ ଓ ଜଳ କମାଣ ବ୍ୟବହାର କରିଥିଲା। ପ୍ରତିବାଦକାରୀମାନେ ପୁଲିସ ବେରିକେଡ୍ ଭାଙ୍ଗିବାରୁ ପରିସ୍ଥିତି ଉଗ୍ରରୂପ ଧାରଣ କରିଥିଲା। ବିଶୃଙ୍ଖଳା ଆଶଙ୍କା ଥିବାରୁ ପୁଲିସ ହାଓଡ଼ା ଓ ହୁଗୁଳି ସେତୁରେ ମଧ୍ୟ ଯାତାୟାତ ବନ୍ଦ କରିଛି।
Image Courtesy of Hindustan Timesପଶ୍ଚିମବଙ୍ଗରେ ବିଗିଡ଼ି ଯାଉଥିବା ଆଇନଶୃଙ୍ଖଳା ପରିସ୍ଥିତି ବିରୋଧରେ ପ୍ରତିବାଦ କରି ଗୁରୁବାର ଦିନ ବିଜେପି ରାଜ୍ୟ ସଚିବାଳୟ ‘ନବାନ୍ନ’ ଅଭିମୁଖେ ପଦଯାତ୍ରା ଆୟୋଜନ କରିଥିଲା। ରାଜ୍ୟ ବିଜେପିର ମୁଖ୍ୟାଳୟ ଥିବା ସେଣ୍ଟ୍ରାଲ୍ ଆଭେନ୍ୟୁ, ହେଷ୍ଟିଙ୍ଗ୍ସ୍, ହାଓଡ଼ା ମୈଦାନ୍ ଏବଂ ସାନ୍ତ୍ରାଗାଛି ଭଳି ଚାରୋଟି ସ୍ଥାନରୁ ମଧ୍ୟାହ୍ନ ୧୨ଟାରେ ପ୍ରତିବାଦ ପଦଯାତ୍ରା ଆରମ୍ଭ ହୋଇଥିଲା।
ପୂର୍ବରୁ ପଶ୍ଚିମବଙ୍ଗର ବିଜେପି ନେତୃତ୍ବ ଦାବି କରିଥିଲା ଯେ, ଏକ ଲକ୍ଷରୁ କିଛି ଅଧିକ ସମର୍ଥକଙ୍କୁ ନେଇ ପଦଯାତ୍ରା କରାଯିବ। ସେହି ଅନୁସାରେ, ବିଭିନ୍ନ ଜିଲ୍ଲାରୁ ବିଜେପି ସମର୍ଥକମାନେ ଆସି ଉପରୋକ୍ତ ଚାରୋଟି ସ୍ଥାନରେ ସମବେତ ହୋଇଥିଲେ।
ଏଠାରେ ସୂଚନାଯୋଗ୍ୟ କି, କୋଭିଡ୍-୧୯ ସାନିଟାଇଜେସନ୍ ନିମନ୍ତେ ସଚିବାଳୟ ଅଟ୍ଟାଳିକାରେ ଥିବା ସମସ୍ତ କାର୍ଯ୍ୟାଳୟ ଗୁରୁବାର ଓ ଶୁକ୍ରବାର ବନ୍ଦ ରହିବ ବୋଲି ବୁଧବାର ସନ୍ଧ୍ୟାରେ ରାଜ୍ୟ ସରକାର ଘୋଷଣା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/wb-clash.jpg)