କେନ୍ଦ୍ର ସହ ବିବାଦ ମଧ୍ୟରେ ନିଜ ପଦରୁ ଅବସର ନେଲେ ଆଲାପନ ବନ୍ଦୋପାଧ୍ୟାୟ, ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତ କଲେ ଦିଦି

କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ଆଲାପନ ବନ୍ଦୋପାଧ୍ୟାୟଙ୍କୁ ନୂଆଦିଲ୍ଲୀ ପଠାଇବା ନେଇ କେନ୍ଦ୍ର ସହ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଚାଲିଥିବା ବିବାଦରେ ଏକ ନୂଆ ମୋଡ ଆସିଛି | ଆଜି ଆଲାପନ ବନ୍ଦୋପାଧ୍ୟାୟଙ୍କୁ କେନ୍ଦ୍ରକୁ ଛାଡ଼ିବି ନାହିଁ ବୋଲି ଲେଖି ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ ଦିଦି | କେନ୍ଦ୍ର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ ବଡ଼ ପଦକ୍ଷପ ନେଇଛନ୍ତି ଦିଦି |

ଆଲାପନ ବନ୍ଦୋପାଧ୍ୟାୟଙ୍କ ଆଜି ଅବସର ନେବାର ଦିନ ଥିବା ବେଳେ ତାଙ୍କୁ ମୁଖ୍ୟ ଶାସନ ସଚିବ ପଦରୁ ଅବସର ଦେଇ ଦିଦି ନିଜର ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତ କରିଛନ୍ତି | ଆସନ୍ତାକାଲିଠୁ ଆଲାପନ ବନ୍ଦୋପାଧ୍ୟାୟ ମୁଖ୍ୟ ପରାମର୍ଶଦାତା ଭାବେ କାମ ଆରମ୍ଭ କରିବା ସହ ଗୃହ ସଚିବ ହରି କୃଷ୍ଣ ଦ୍ୱିବେଦୀ ମୁଖ୍ୟ ଶାସନ ସଚିବ ଭାବେ ନିଜର କାର୍ଯ୍ୟ ଆରମ୍ଭ କରିବେ | ଗୃହ ସଚିବ ହରି କୃଷ୍ଣ ଦ୍ୱିବେଦୀଙ୍କୁ ଆଜି କେନ୍ଦ୍ର ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତ କରିଥିବା ଜଣାପଡିଛି |

West Bengal chief secretary retires, appointed CM Mamata's adviser amid Centre-state row | India News - Times of India
Times of India

ଅବସର ନେବା ଦିନ ହିଁ ନୂଆ ଦାୟିତ୍ୱ ଦେବା ପଛରେ ଦିଦିଙ୍କ ବଡ଼ କାରଣ ରହିଛି | ତାହା ହେଲା ରାଜ୍ୟ ସରକାରଙ୍କ ଆଦେଶ ଅନୁଯାୟୀ କେନ୍ଦ୍ର ସରକାରଙ୍କ ସହମତି ଆଧାରରେ ପଶ୍ଚିମବଙ୍ଗ ମୁଖ୍ୟ ସଚିବ ଆଲାପନ ବନ୍ଦୋପାଧ୍ୟାୟଙ୍କ କାର୍ଯ୍ୟକାଳ ତିନିମାସ ପାଇଁ ବୃଦ୍ଧି କରାଯାଇଥିଲା। ଆଜି ତାଙ୍କର ଅବସର ନେବାର ଦିନ ଥିବା ବେଳେ କାଲିଠାରୁ ସେ ଆହୁରି ୩ମାସ ମୁଖ୍ୟ ଶାସନ ସଚିବ ଭାବେ କାମ କରିଥାନ୍ତେ | ହେଲେ ଦିଲ୍ଲୀକୁ ଯିବା ପାଇଁ ମନା କରିବା ପରେ କେନ୍ଦ୍ର ଆଲାପନ ବନ୍ଦୋପାଧ୍ୟାୟଙ୍କ ତିନି ମାସର କାର୍ଯ୍ୟକାଳ ବୃଦ୍ଧିକୁ ବାତିଲ କରି ହରି କୃଷ୍ଣ ଦ୍ୱିବେଦୀଙ୍କୁ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତ କରିବାରୁ ଦିଦି ଏହି ନିଷ୍ପତ୍ତି ନେଇଛନ୍ତି |

ଦିଦିଙ୍କ ମୁତାବକ, ଆଲାପନ ବନ୍ଦୋପାଧ୍ୟାୟ ଆସନ୍ତାକାଲିଠାରୁ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଭାବରେ ଯୋଗଦେବେ | କରୋନା ମହାମାରୀ ପାଇଁ ଆମେ ତାଙ୍କର ସେବା ଚାହୁଁ। ସମସ୍ତେ ଜାଣନ୍ତି ଯେ ସେ କିପରି କାମ କରିଛନ୍ତି ଏବଂ ତାଙ୍କ ପାଇଁ ଆମେ ଆଜି ସୁରକ୍ଷିତ |

ସମ୍ବନ୍ଧିତ ଖବର