୫ମ ପର୍ଯ୍ୟାୟ ନିର୍ବାଚନରେ ପଶ୍ଚିମବଙ୍ଗର ୪୫ଟି ବିଧାନସଭା ଆସନ ନିମନ୍ତେ ଭୋଟ୍‌ ଗ୍ରହଣ ଆରମ୍ଭ

କୋଲ୍‌କାତା: ଆଜି ୫ମ ପର୍ଯ୍ୟାୟରେ ପଶ୍ଚିମବଙ୍ଗ ରାଜ୍ୟର ୪୫ଟି ବିଧାନସଭା ଆସନ ନିମନ୍ତେ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଛି। ଉତ୍ତର ୨୪ ପ୍ରଗଣା, ପୂର୍ବ ବର୍ଦ୍ଧମାନ, ନଦିଆ, ଜଳପାଇଗୁଡ଼ି, ଦାର୍ଜିଲିଙ୍ଗ୍‌ ଏବଂ କାଲିମପୋଙ୍ଗ୍‌ରେ ଥିବା ଏହି ୪୫ଟି ଆସନ ନିମନ୍ତେ ସକାଳ ୭ଟାରେ ଆରମ୍ଭ ହୋଇଥିବା ମତଦାନ ଅପରାହ୍ଣ ୬.୩୦ ପର୍ଯ୍ୟନ୍ତ ଚାଲିବ।

ଏହି ଅବସରରେ ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମ ଥର ପାଇଁ ଭୋଟ୍‌ ଦେବାକୁ ଯୋଗ୍ୟ ହୋଇଥିବା ଭୋଟର୍‌ମାନଙ୍କୁ ନିବେଦନ କରିଛନ୍ତି କି, ସେମାନେ ବିପୁଳ ସଂଖ୍ୟାରେ ଆସି ଭୋଟ୍‌ ଦିଅନ୍ତୁ। ସେ ଲେଖିଛନ୍ତି, ଆଜି ଚାଲିଥିବା ପଶ୍ଚିମବଙ୍ଗ ନିର୍ବାଚନର ପଞ୍ଚମ ପର୍ଯ୍ୟାୟରେ ଭୋଟ୍‌ ଦେବାକୁ ଥିବା ଭୋଟର୍‌ମାନେ ବିପୁଳ ସଂଖ୍ୟାରେ ଭୋଟ୍‌ ଦେବାକୁ ଅନୁରୋଧ କରୁଛି। ବିଶେଷକରି, ପ୍ରଥମ ଥର ପାଇଁ ଭୋଟ୍‌ ଦେବାକୁ ଯୋଗ୍ୟ ହୋଇଥିବା ଭୋଟର୍‌ମାନେ ସେମାନଙ୍କର ମତ ସାବ୍ୟସ୍ତ କରନ୍ତୁ।

Image Courtesy of India Today

କଡ଼ା ନିରାପତ୍ତା ବ୍ୟବସ୍ଥା ହୋଇଥିବା ମତଦାନ କେନ୍ଦ୍ର ସମ୍ମୁଖରେ କୋଭିଡ୍‌-୧୯ ନିୟମ ପାଳନ କରିବା ସହ ଭୋଟ୍‌ ଦେବା ପାଇଁ ଭୋଟର୍‌ମାନେ ଲମ୍ବା ଧାଡ଼ି ବାନ୍ଧିଛନ୍ତି। ଏହି ପର୍ଯ୍ୟାୟରେ ୧ କୋଟିରୁ ଅଧିକ ଭୋଟର୍‌ ୩୪୨ଜଣ ପ୍ରାର୍ଥୀଙ୍କର ରାଜନୈତିକ ଭାଗ୍ୟ ନିର୍ଣ୍ଣୟ କରିବେ।

ଏହି ୪୫ଟି ବିଧାନସଭା ଆସନରୁ ଗତ ନିର୍ବାଚନରେ ତୃଣମୂଳ କଂଗ୍ରେସ ୩୨ଟି ଆସନରେ ବିଜୟୀ ହୋଇଥିଲା।

ସମ୍ବନ୍ଧିତ ଖବର