‘କୁମାରୀ ପୂଜା’ ଅବସରରେ ବଙ୍ଗାଳି ପରିବାର କଲେ ମୁସଲମାନ କନ୍ୟାର ପୂଜା

କୋଲକାତା: ଚଳିତ ବର୍ଷ ଶାରଦୀୟ ଦୁର୍ଗା ପୂଜା ପାଳନ ଅବସରରେ ପଶ୍ଚିମବଙ୍ଗ ୨୪ ପ୍ରଗଣାରେ ଦେଖିବାକୁ ମିଳିଛି ହିନ୍ଦୁ ଓ ମୁସଲାମାନଙ୍କ ମଧ୍ୟରେ ଏକ ଅପୂର୍ବ ସାଂପ୍ରଦାୟିକ ସଦ୍‌ଭାବନାର ନିଦର୍ଶନ।

ଶାରଦୀୟ ଦୁର୍ଗାଷ୍ଟମୀ ପାଳନ ଅବସରରେ କୁମାରୀ ପୂଜା ହେଉଛି ଏକ ବିଧି ଓ ପରମ୍ପରା। କୁମାରୀତ୍ୱ ପ୍ରାପ୍ତ କରି ନଥିବା ବ୍ରାହ୍ମଣ ଘରର ଛୋଟଛୋଟ କୁମାରୀ କନ୍ୟାମାନଙ୍କୁ ଏହି ଅବସରରେ ପୂଜାର୍ଚ୍ଚନା କରା ଯାଇଥାଏ। ତେବେ, ଚଳିତ ବର୍ଷର କୁମାରୀ ପୂଜା ପାଳନ ଅବସରରେ ଉତ୍ତର ୨୪ ପ୍ରଗଣାର ଦତ୍ତ ପରିବାର ଗୋଟିଏ ଭିନ୍ନ ପରମ୍ପରା ଆପଣାଇବାକୁ ଯାଇ ଉତ୍ତରପ୍ରଦେଶ ଆଗ୍ରା ଅଞ୍ଚଳର ଜନୈକା ୪ ବର୍ଷ ବୟସ୍କା କୁମାରୀ କନ୍ୟାର ପୂଜା କରିଛନ୍ତି।

Indian Express

ଏସଂପର୍କରେ ଦତ୍ତ ପରିବାରର କର୍ତ୍ତା ତମଲ ଦତ୍ତ କହିଛନ୍ତି ଯେ ବହୁ ବର୍ଷ ଧରି ଆମ ଘରେ ଶାରଦୀୟ ଦୁର୍ଗାପୂଜା ସହ କୁମାରୀ ପୂଜା କରାଯାଇ ଆସୁଛି। ତମଲ ଦତ୍ତ ମୁନ୍ୟୁସିପାଲିଟିରେ ଜଣେ ଇଞ୍ଜିନିୟର ଭାବେ ଅବସ୍ଥାପିତ ଅଛନ୍ତି। ତେବେ, ଜଗତଜନନୀ ମା’ ଦୁର୍ଗା କେବଳ ମାତ୍ର ହିନ୍ଦ୍‌ୁଙ୍କର ଦେବୀ ନୁହନ୍ତି ସେ ସମଗ୍ର ବିଶ୍ୱର ଓ ସମସ୍ତଙ୍କର। ତେଣୁ, ଚଳିତ ବର୍ଷ ଜଣେ ବ୍ରାହ୍ମଣ ଘରର କନ୍ୟା ପରିବର୍ତ୍ତେ ଜଣେ ମୁସଲମାମାନ ଘରର କନ୍ୟାଙ୍କର କୁମାରୀ ପୂଜା କରିବାକୁ ଆମେ ସ୍ଥିର କରିଥିଲୁ। ମୁଁ ମୋର ଏ ପ୍ରସ୍ତାବ ସଂପର୍କରେ ମୋର ଜଣେ ସହଯୋଗୀଙ୍କୁ କହିବା ପରେ ସେ ଉତ୍ତରପ୍ରଦେଶର ଆଗ୍ରାରେ ରହୁଥିବା ତାଙ୍କର ୪ ବର୍ଷ ବୟସ୍କା ଝିଆରୀକୁ ଆମ ଘରକୁ ଆଣିଥିଲେ ଓ ଆମେ ତାଙ୍କୁ ଦୁର୍ଗା ବେଶରେ ସଜାଇବା ସହ ତାଙ୍କର କୁମାରୀ ପୂଜା କରିଥିଲୁ।

ସମ୍ବନ୍ଧିତ ଖବର