ପ୍ରବାସୀ ଶ୍ରମିକ ଟ୍ରେନ୍‌ଗୁଡ଼ିକୁ ରାଜ୍ୟକୁ ଛାଡୁନି ପଶ୍ଚିମବଙ୍ଗ: ଅମିତ ଶାହା

ନୂଆଦିଲ୍ଲୀ: ପ୍ରବାସୀ ଶ୍ରମଜୀବୀଙ୍କୁ ଘରେ ପହଞ୍ଚାଇବା ନିମନ୍ତେ ରାଜ୍ୟ ସରକାରଙ୍କ ଠାରୁ କେନ୍ଦ୍ର ସରକାର ଆଶା କରିଥିବା ସମର୍ଥନ ପାଉନାହିଁ ବୋଲି ଦର୍ଶାଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପତ୍ର ଲେଖିଛନ୍ତି।

ଅମିତ ଶାହା ଦର୍ଶାଇଛନ୍ତି ଯେ କେନ୍ଦ୍ର ସରକାର ୨ ଲକ୍ଷ ପ୍ରବାସୀ ଶ୍ରମଜୀବୀଙ୍କୁ ଘରେ ପହଞ୍ଚାଇବାର ବନ୍ଦୋବସ୍ତ କରିଛନ୍ତି। ପଶ୍ଚିମବଙ୍ଗର ଶ୍ରମଜୀବୀମାନେ ମଧ୍ୟ ଫେରିଯିବାକୁ ବ୍ୟଗ୍ର ହେଉଛନ୍ତି। କିନ୍ତୁ, ପ୍ରବାସୀ ଶ୍ରମିକଙ୍କୁ ନେଉଥିବା ଟ୍ରେନ୍‌ଗୁଡ଼ିକ ପଶ୍ଚମବଙ୍ଗ ସରକାର ରାଜ୍ୟ ମଧ୍ୟକୁ ଛାଡୁ ନାହାନ୍ତି। ଏହା ପଶ୍ଚିମବଙ୍ଗ ପ୍ରବାସୀ ଶ୍ରମିକଙ୍କ ପ୍ରତି ଅନ୍ୟାୟ। ଏଥିଯୋଗୁଁ ସେମାନଙ୍କ କଷ୍ଟ ଆହୁରି ବଢ଼ିଯିବ।

Image Source: Zee News

କରୋନାଭାଇରସ୍ କୋଭିଡ୍-୧୯ ନିୟନ୍ତ୍ରଣ କରିବା ବିଷୟରେ ପଶ୍ଚିମବଙ୍ଗ ସରକାର ଓ କେନ୍ଦ୍ର ମଧ୍ୟରେ ଚାଲିଥିବା ବିବାଦକୁ ପ୍ରବାସୀ ଶ୍ରମଜୀବୀଙ୍କ ସମସ୍ୟା ଆହୁରି ଜଟିଳ କରାଇ ଦେବ ବୋଲି କୁହାଯାଉଛି। ସଂକ୍ରମଣଜନିତ ମୃତ୍ୟୁସଂଖ୍ୟା ରିପୋର୍ଟିଙ୍ଗ୍‌ର ଆଧାର ସଂକ୍ରାନ୍ତରେ କେନ୍ଦ୍ର ଓ ରାଜ୍ୟ ପରସ୍ପର ବିରୋଧରେ ଦୋଷାରୋପ କରୁଛନ୍ତି। ପଶ୍ଚିମବଙ୍ଗ କହୁଛି ଯେ କେନ୍ଦ୍ର ସରକାର ଲୋକମାନଙ୍କର ସ୍ବାସ୍ଥ୍ୟ ସଂକଟକୁ ରାଜନୀତିକରଣ କରୁଛି।

 

ସମ୍ବନ୍ଧିତ ଖବର