ନୂଆଦିଲ୍ଲୀ: ଆଜି ପଶ୍ଚିମବଙ୍ଗ ଏବଂ କର୍ଣ୍ଣାଟକରେ ଭାରତ ବାୟୋଟେକ୍ ଦ୍ୱାରା ବିକଶିତ କରୋନା ଟିକା କୋଭାକ୍ସିନର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ୍ ପରୀକ୍ଷା ଆରମ୍ଭ ହୋଇଛି। ପଶ୍ଚିମବଙ୍ଗର କୋଲକାତାରେ ରାଜ୍ୟପାଳ ଜଗଦୀପ ଧନଖର ଏହାକୁ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ – ହଇଜା ଏବଂ ଆନ୍ତ୍ରୀୟ ରୋଗର ରାଷ୍ଟ୍ରୀୟ ସଂସ୍ଥାନ (ଆଇସିଏମଆର-ଏନଆଇସିଇଡି) ରେ ଉଦଘାଟନ କରିଛନ୍ତି। ପରୀକ୍ଷଣ ଆରମ୍ଭ ହେବା ପରେ ପ୍ରଥମ ସ୍ବେଚ୍ଛାସେବୀ ଭାବେ କୋଭାକ୍ସିନର ଟିକା ନେଇଛନ୍ତି ପଶ୍ଚିମବଙ୍ଗ ନଗର ଉନ୍ନୟନ ମନ୍ତ୍ରୀ ଫିରହାଦ୍ ହାକିମ।
ଏହି ପରୀକ୍ଷଣରେ ଭାଗ ନେଇ ଫିରହାଦ୍ ହାକିମ କହିଛନ୍ତି ଯେ, ମୁଁ ଟିକା ପରୀକ୍ଷଣରେ ଭାଗ ନେଇ ନିଜକୁ ଭଗ୍ୟବାନ ମନେ କରୁଛିି। ଟିକା ନେବା ପରେ ମୁଁ ସମ୍ପୂର୍ଣ୍ଣ ଠିକ ଅଛି। କୌଣସି ପାର୍ଶ୍ବ ପ୍ରତିକ୍ରିୟା ଦେଖାଯାଇନାହିଁ। ଏହି ପରୀକ୍ଷାରେ ଭାଗ ନେଇ ମୋ ଜୀବନ ଚାଲିଗଲେ ମଧ୍ୟ ଦୁଃଖ ନାହିଁ। ଯଦି ମୋର ଅବଦାନ ଟିକା ପାଇଁ ଅନୁସନ୍ଧାନରେ ସାହାଯ୍ୟ କରେ ତେବେ ମୁଁ ବହୁତ ଖୁସି ହେବି।
oneindiaସୂଚନା ମୁତାବକ, କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ଟିକାର ଦୁଇଟି ଡୋଜ ୨୮ଦିନ ବ୍ୟବଧାନରେ ଦିଆଯିବ | ଦ୍ୱିତୀୟ ଡୋଜ୍ ଦିଆଯିବା ପରେ ସ୍ୱେଚ୍ଛାସେବୀମାନଙ୍କୁ ଏକ ବର୍ଷ ପାଇଁ ଅନୁଧ୍ୟାନ କରାଯିବ | ତା’ପରେ ଟିକାକରଣର ପ୍ରତିରକ୍ଷା ପ୍ରଭାବକୁ ବିଶ୍ଳେଷଣ କରାଯିବ ଏବଂ ପରବର୍ତ୍ତୀ କାର୍ଯ୍ୟ କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/t-8.jpg)