ଅଧିର ରଞ୍ଜନ ଚୌଧୁରୀ ହେଲେ ଲୋକସଭାରେ କଂଗ୍ରେସ ନେତା

କୋଲକାତା: ଲଗାତର ପଞ୍ଚମ ଥର ପାଇଁ ସାଂସଦ ହୋଇଥିବା ଅଧିର ରଞ୍ଜନ ଚୌଧୁରୀଙ୍କୁ ବୁଧବାର କଂଗ୍ରେସ ଲୋକସଭାରେ  କଂଗ୍ରେସ ସଂସଦୀୟ ଦଳର ନେତା ଭାବେ ନିଯୁକ୍ତି ଦେଇଛି । ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ  ଉପସ୍ଥିତିରେ  ମଙ୍ଗଳବାର ସକାଳେ ହୋଇଥିବା ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଲୋକସଭାକୁ ଏକ  ପତ୍ର ଜରିଆରେ ଦଳ ପକ୍ଷରୁ  ଅବଗତ କରାଯାଇଛି ଯେ ଅଧିର ରଞ୍ଜନ ଚୌଧୁରୀ କଂଗ୍ରେସର ଲୋକସଭା ନେତା ଭାବେ ସମସ୍ତ ଗୁୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ବହନ କରିବେ।

ଚୌଧୁରୀ ହେଉଛନ୍ତି ଏକମାତ୍ର କଂଗ୍ରେସ ସାଂସଦ ଯିଏକି ୧୯୯୯ ମସିହାରୁ ପଶ୍ଚିମବଙ୍ଗର ବର୍‌ହମପୁରରୁ  ପ୍ରତିନିଧିତ୍ୱ କରି ଆସୁଛନ୍ତି।

ରାଜ୍ୟରେ ୨୦୧୪ ମସିହାରେ କଂଗ୍ରେସ ୪୨ଟି ଲୋକସଭା ଆସନରୁ ମାତ୍ର ୪ଟିରେ ବିଜୟ ଲାଭ କରିଥିଲା। ୨୦୧୯ ମସିହାରେ କେବଳ ଚୌଧୁରୀ ତାଙ୍କ ଆସନକୁ ସୁରକ୍ଷିତ ରଖିପାରିଛନ୍ତି।

ଲୋକସଭାରେ କଂଗ୍ରେସ ନେତା ଥିବା ମଲ୍ଲିକାର୍ଜୁନ ଖଡଗେ ଏଥର ନିର୍ବାଚନରେ ହାରି ଯାଇଛନ୍ତି।

ସମ୍ବନ୍ଧିତ ଖବର