ଟ୍ରେନ ଦୁର୍ଘଟଣାରେ ଆହତଙ୍କୁ ସାହାଯ୍ୟ ପାଇଁ ପ୍ରଥମେ ଆଗେଇ ଆସିଥିବା ଲୋକଙ୍କୁ ମିଳିବ ସରକାରୀ ଚାକିରି!

ନୂଆଦିଲ୍ଲୀ: ଗତସୋମବାର ଦିନ ଅଗରତାଲାରୁ ସିୟାଲଦହ ଆସୁଥିବା କାଞ୍ଚନଜଙ୍ଘା ଏକ୍ସପ୍ରେସ୍‌କୁ ପଛପଟୁ ଏକ ମାଲ୍‌ବାହୀ ଟ୍ରେନ୍‌ ଧକ୍କା ଦେବାରୁ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଥିବା ଜଣାପଡ଼ିଛି। ଏହି କାରଣରୁ ଏବେ ଟ୍ରେନକୁ ବାତିଲ ଓ ମାର୍ଗଚ୍ୟୁତ କରାଯାଇଛି। ଦୁର୍ଘଟଣା ପରେ ଏବେ ଦୁର୍ଘଟଣାସ୍ଥଳରେ ମରାମତି କାର୍ଯ୍ୟ ଚାଲିଛି।

ତେବେ ଏହି ଦୁର୍ଘଟଣା ଘଟିବା ପରେ ଆହତ ଯାତ୍ରୀଙ୍କୁ ଉଦ୍ଧାର ପାଇଁ ଆଗେଇ ଆସିଥିବା ସ୍ଥାନୀୟଲୋକଙ୍କୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବନାର୍ଜୀ ଉପହାର ବାବଦକୁ ଚାକିରି ଦେବାକୁ ଘୋଷଣା କରିଛନ୍ତି।  ମମତାଙ୍କ ଏହି ଘୋଷଣା ପରେ ଲୋକେ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି।

ଏହି ଦୁର୍ଘଟଣାକୁ ନେଇ ସ୍ଥାନୀୟଲୋକେ କହିଛନ୍ତି, ଜଣେ ମଣିଷ ଭାବେ ଯାହା ସାହାଯ୍ୟ କରିବା କଥା ଆମେ କରିଛୁ। କିଛି ସ୍ବାର୍ଥ ଆଶାରେ କି ପ୍ରଶଂସ‌ା କି ଚାକିରି ଲୋଭରେ ଆମେ ଟ୍ରେନ ଦୁର୍ଘଟଣାରେ ଆହତ ହୋଇଥିବା ଲୋକଙ୍କୁ ସାହାଯ୍ୟ ପାଇଁ ଦୌଡ଼ି ଯାଇ ନଥିଲୁ।

ଶୁଣିବାକୁ ମିଳୁଛି କି ଯେଉଁମାନେ ଆହତଙ୍କ ସାହାଯ୍ୟ ପାଇଁ ପ୍ରଥମେ ଆଗେଇ ଆସିଥିଲେ ସେମାନଙ୍କୁ ସରକାରୀ ଚାକିରି ପ୍ରଦାନ କରାଯିବ। ଏହାଯଦି କାଗଜପତ୍ରରେ ସତ ପ୍ରମାଣ ହୁଏ ତେବେ ଏହା ଠାରୁ ସୌଭାଗ୍ୟର କଥା କ’ଣ ହୋଇପାରେ।’

ଟେନ ଦୁର୍ଘଟଣାରେ ଆହତଙ୍କୁ ସାହାଯ୍ୟ କରିଥିବା ଲୋକଙ୍କ ମଧ୍ୟରେ ସ୍କୁଲଛାତ୍ର, ଚାଷୀ ଓ କିଛି ଶ୍ରମିକ ସାମିଲ ଅଛନ୍ତି। ଏମାନେ ସମସ୍ତେ ଇଦର ନମାଜ ପାଠ କରି ଘରକୁ ଫେରୁଥିଲେ। ହଠାତ ଏକ ଭୟଙ୍କର ଶବ୍ଦ ହୋଇ ଲୋକଙ୍କ ଚିତ୍କ‌ାର ଶୁଣାଯାଇଥିଲା। ଏହାପରେ ଏମାନେ ସମସ୍ତେ ଘଟଣାସ୍ଥଳକୁ ଦୌଡ଼ି ଯାଇ ଦେଖିଲା ବେଳକୁ ଦୁଇଟି ଟ୍ରେନ ଦୁର୍ଘଟଣା ହୋଇଛି।

ଏମାନେ ସଙ୍ଗେସଙ୍ଗେ ଏହି ଦୁର୍ଘଟଣା ସମ୍ପର୍କରେ ପୁଲିସ, ପ୍ରଶାସନ ଓ ଆମ୍ବୁଲାନ୍ସକୁ ଖବର ଦେବା ସହିତ ଯେତିକି ସମ୍ଭବ ହୋଇଥିଲା ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏଥିସହିତ ମୃତ ଯାତ୍ରୀଙ୍କୁ ଟ୍ରେନ ବଗି ଭିତରୁ ବାହାର କରିବା ପାଇଁ ପୁଲିସ ଓ ପ୍ରଶାସନକୁ ସାହାଯ୍ୟ ବି କରିଥିଲେ।

ସମ୍ବନ୍ଧିତ ଖବର