ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ହାଓଡ଼ାରେ ରାମ ନବମୀ ଶୋଭାଯାତ୍ରାରେ ସଂଗଠିତ ହିଂସାକାଣ୍ଡରେ ଟେକାପଥର ଫିଙ୍ଗିଥିବା ଲୋକମାନଙ୍କୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ‘କ୍ଲିନ୍ ଚିଟ୍’ ଦେଇଥିବା କଥା ଶୁକ୍ରବାର ଦିନ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି।
ମମତା ବାନାର୍ଜୀଙ୍କୁ ତୀବ୍ର ସମାଲୋଚନା କରି ସ୍ମୃତି ଇରାନୀ କହିଛନ୍ତି, ହାଓଡ଼ାରେ ରାମ ନବମୀ ଶୋଭାଯାତ୍ରା ବେଳେ ଟେକାପଥର ଫିଙ୍ଗା ହେଲା। ବିଚାର କରିବା ପରିବର୍ତ୍ତେ ମମତା ବନ୍ଦୋପାଧ୍ୟାୟ (ବାନାର୍ଜୀ) ଆଇନ ଉଲ୍ଲଂଘନ କରି ରାମ ନବମୀ ଶୋଭାଯାତ୍ରା ଉପରେ ଆକ୍ରମଣ କରିଥିବା ଟେକାପଥର ଫିଙ୍ଗାଳିଙ୍କୁ ‘କ୍ଲିନ୍ ଚିଟ୍’ ଦେଇଛନ୍ତି।
Image Courtesy of Zee Newsଇରାନୀ ଅଭିଯୋଗ କରିଛନ୍ତି ଯେ, କଥା ହେଲା, ହିନ୍ଦୁ ସମ୍ପ୍ରଦାୟକୁ ମମତା କେତେ ଦିନ ଆକ୍ରମଣ କରୁଥିବେ। ମମତାଙ୍କ ଶାସନ କାଳରେ ଏଇଟା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ୨୦୨୨ରେ ଲକ୍ଷ୍ମୀ ପୂଜାରେ ପୂଜାର୍ଚ୍ଚନା କରୁଥିବା ଦଳିତମାନଙ୍କ ଉପରେ ଆକ୍ରମଣ କରାଯାଇଥିଲା। ସେତେବେଳେ ବି ସେ ନିରବ ରହିଥିଲେ।
Image Courtesy of NDTVଗୁରୁବାର ପୂର୍ବାହ୍ନରେ ରାମ ନବମୀ ପାଳନ ଚାଲିଥିବା ବେଳେ ହାଓଡ଼ାରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ହେବା ପରେ କେତେଗୁଡ଼ିଏ ଯାନବାହନରେ ନିଆଁ ଲଗାଇ ଦିଆଗଲା। ଶୋଭାଯାତ୍ରା ସମୟରେ ଦଙ୍ଗକାରୀମାନେ ବେସରକାରୀ ଓ ସରକାରୀ ସମ୍ପତ୍ତି ନଷ୍ଟ କରିବା ସହିତ ଯାନବାହନରେ ନିଆଁ ଲଗାଇ ଦେଲେ।
ଉଲ୍ଲେଖଯୋଗ୍ୟ, ରାମ ନବମୀ ପାଳନ ସମୟରେ ହାଓଡ଼ାରେ ହିଂସାକାଣ୍ଡ ଘଟଣାର ତଦନ୍ତ ଦାୟିତ୍ବ ଶୁକ୍ରବାର ଦିନ ପଶ୍ଚିମବଙ୍ଗ ସରକାର ‘ସିଆଇଡି’କୁ ହସ୍ତାନ୍ତର କରିଛି। ପୁଲିସ ଇନ୍ସ୍ପେକ୍ଟର୍ ଜେନେରାଲ୍ ‘ସିଆଇଡି’ ସୁନୀଲ୍ ଚୌଧୁରୀଙ୍କ ନେତୃତ୍ବରେ ପୁଲିସର ଏକ ସ୍ବତନ୍ତ୍ର ଟିମ୍ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/Smriti-Irani-to-Mamta-Banarjee-on-Ram-Navami-Case_Thumbnail.jpg)