‘ଏଲ୍ଇଟି’ ସମ୍ପୃକ୍ତି ଥିବା ଅଭିଯୋଗରେ ଗିରଫ ପଶ୍ଚିମବଙ୍ଗ ଯୁବତୀ ପାକିସ୍ତାନ ହ୍ବାଟ୍‌ସ୍ ଆପ୍‌ ଗ୍ରୁପ୍‌ସ୍‌ର ସଦସ୍ୟା ଥିଲେ: ରିପୋର୍ଟ

ନୂଆଦିଲ୍ଲୀ: ଲଶ୍କର-ଏ-ତୈବାରେ ସମ୍ପୃକ୍ତି ଥିବା ଅଭିଯୋଗରେ ମାର୍ଚ ମାସରେ ପଶ୍ଚିମବଙ୍ଗରୁ ଗିରଫ ହୋଇଥିବା ୨୨ ବର୍ଷୀୟ ଯୁବତୀଜଣକ ପାକିସ୍ତାନର ହ୍ବାଟ୍ସଆପ୍ ନମ୍ବର ବ୍ୟବହାର କରୁଥିଲେ ବୋଲି ଶନିବାର ଦିନ ନ୍ୟାସ୍‌ନାଲ୍ ଇନ୍‌ଭେଷ୍ଟିଗେସନ୍ ଏଜେନସି କହିଛି।

ଶୁକ୍ରବାର ଦିନ ରାଜ୍ୟ ରାଜଧାନୀ କୋଲକାତାରେ ପଚରାଉଚୁରା ପାଇଁ ହାଜତକୁ ନିଆଯାଇଥିବା ତାନିଆ ପର୍‌ୱିନ୍ ନାମ୍ନା ସେ ଯୁବତୀ ସୋସିଆଲ୍ ମେସେଜିଙ୍ଗ୍ ସାଇଟ୍‌ର କେତେକ ଗ୍ରୁପ୍‌ର ଅଂଶବିଶେଷ ଥିଲେ।

Image Courtesy of The Times of India

ମାର୍ଚ ୧୯ ତାରିଖ ଦିନ ତାଙ୍କୁ ବଦୁରାଇ ଥାନା ଅଧୀନ ବସିରହାଟ ଅନ୍ତର୍ଗତ ବାଂଲାଦେଶ ସୀମାନ୍ତବର୍ତ୍ତୀ ମଳୟପୁର ଗାଁ’ବାସଭବନରୁ ଗିରଫ କରାଯାଇଥିଲା। ପୁଲିସ କହିଥିଲା ଯେ, ପ୍ରଥମ ବାର୍ଷିକୀ ସ୍ନାତକୋତ୍ତର ଛାତ୍ରୀ ପର୍‌ୱିନ୍ ଫେସ୍‌ବୁକ୍ ଏବଂ ହ୍ବାଟ୍‌ସ୍ଆପ୍ ମାଧ୍ୟମରେ ଭାରତୀୟ ସୈନିକମାନଙ୍କୁ ହନିଟ୍ରାପ୍ କରିବାକୁ ଚେଷ୍ଟା କରୁଥିଲେ।

‘ଏସ୍‌ଟିଏଫ୍‌’ର ଇନ୍‌ସ୍ପେକ୍ଟର୍ ଜେନେରାଲ୍ ଅଜୟ କୁମାର ନନ୍ଦ କହିଛନ୍ତି, ପାକିସ୍ତାନରେ ଥିବା ଏଲ୍‌ଇଟି କର୍ମୀଙ୍କ ସହ ତାଙ୍କର ପ୍ରତ୍ୟକ୍ଷ ସମ୍ପର୍କ ଥିବା କଥା ପ୍ରମାଣିତ ହୋଇସାରିଛି। ସେମାନଙ୍କ ସହ ଭାବ ବିନିମୟ ପାଇଁ ସେ ଡାର୍କ ୱେବ୍ ବ୍ୟବହାର କରୁଥିଲେ। ସମ୍ପୂର୍ଣ୍ଣ ନେଟ୍‌ୱାର୍କ ଧରାପକାଇବାକୁ ତାଙ୍କ ସହ ଚାଲିଥିବା ଆମର ପଚରାଉଚୁରା ସହାୟତା କରିବ ବୋଲି ଆଶା କରୁଛୁ।

 

ସମ୍ବନ୍ଧିତ ଖବର