ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ନୂଆ ନୂଆ ଭିଡ଼ିଓ କରି ସେୟାର କରିବାକୁ ନେଇ ଲୋକଙ୍କ ମଧ୍ୟରେ ଏକ କ୍ରେଜ ଦେଖିବାକୁ ମିଳୁଛି। ଭିଡିଓ ପୋଷ୍ଟ କରିବା ନିଶାରେ କେଉଁଟା ଠିକ କେଉଁଟା ଭୁଲ ତାହାକୁ ଭୁଲି ଯାଉଛନ୍ତି ଲୋକେ।
ନିକଟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ଦୁଇଜଣ ଯୁବତୀ ହସି ହସି ଜାତୀୟ ସଙ୍ଗୀତ ଗାଉଛନ୍ତି ଓ ଏହାର ଥଟ୍ଟା ବି ଉଡ଼ାଉଛନ୍ତି। ଏହି ସମୟରେ ଦୁଇଜଣ ଯୁବତୀଙ୍କ ହାତରେ ସିଗାରେଟ୍ ଥିବା ଦେଖିବାକୁ ମିଳୁଛି। ଜାତୀୟ ସଙ୍ଗୀତ ଗାଉଥିବା ବେଳେ ଦୁଇଜଣ ଯୁବତୀଙ୍କ ଏଭଳି କାମକୁ ନେଇ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଉଛି।
ଛୋଟ ପିଲାଟିଏ ହେଲେ ବି ଜାତୀୟ ସଙ୍ଗୀତ ଗାଇବା ବେଳେ କେଉଁ ଦିଗପ୍ରତି ଦୃଷ୍ଟି ଦେବାକୁ ହୋଇଥାଏ ତାହାକୁ ସେ ଜାଣିଥାଏ। କିନ୍ତୁ ଦୁଇଜଣ ଯୁବତୀ ଜାତୀୟ ସଙ୍ଗୀତକୁ ଏପରି ଅସମ୍ମାନ କରିବା ଆଦୌ ଗ୍ରହଣୀୟ ନୁହେଁ।
এরা কারা? জাতীয় সংগীতের অবমাননার জন্য অবিলম্বে এদের গ্রেফতার করা উচিত ।ভিডিওটি রিটুইট করুন যাতে এদের এবং এদের পরিবারকে খুঁজে পাওয়া যায়।@tathagata2 @Amitava_BJP @BJP4Bengal @Santanurc1958 @SaroopCKol @JasBJP @KrishanuOnline @DrSukantaBJP @paulagnimitra1 @IndranilKhan pic.twitter.com/uXzowZ7UIM
— Anupam Bhattacharjee (@anunaba2002) April 6, 2023
ଏହି ଭାଇରାଲ ଭିଡିଓକୁ ଭାଜପା ସାଧାରଣ ସମ୍ପାଦକ ଅନୁପମ ଭଟ୍ଟାଚାର୍ଯ୍ୟ ତାଙ୍କ ଟୁଇଟର ଆକାଉଣ୍ଟରୁ ସେୟାର କରିଛନ୍ତି। ଟୁଇଟ୍ କରି ଭାଜପା ନେତା ଲେଖିଛନ୍ତି, କିଏ ଏମାନେ? ଯେଉଁମାନେ ଏଭଳି ଭାବେ ଜାତୀୟ ସଙ୍ଗୀତକୁ ଅସମ୍ମାନ କରିଛନ୍ତି। ତୁରନ୍ତ ଦୋଷୀଙ୍କୁ ଗିରଫ କରାଯିବା ଉଚିତ୍। ଭିଡିଓକୁ ଅଧିକରୁ ଅଧିକ ରିଟୁଇଟ୍ କରାଯାଉ। ଯାହା ଦ୍ୱାରା ଉକ୍ତ ଦୁଇଜଣ ଯୁବତୀଙ୍କ ପରିଚୟ, ଠିକଣା ଓ ପରିବାର ବିଷୟରେ ବିଶେଷ ସୂଚନା ମିଳି ପାରିବ।