କର୍ଣ୍ଣାଟକ ସରକାର ଭାଙ୍ଗିିବା ପାଇଁ ଅସନ୍ତୁଷ୍ଟ କଂଗ୍ରେସ ବିଧାୟକ ୟାଦୁରପ୍ପାଙ୍କ ସହିତ ହାତ ମିଳାଉଥିବା ନେଇ ଚର୍ଚ୍ଚା

ମୁଁ ଭିକ୍ଷାରେ କଂଗ୍ରେସ ଠାରୁ ମୁଖ୍ୟମନ୍ତ୍ରୀ ପଦ ନେଇ ନାହିଁ- କୁମାରସ୍ୱାମୀ,

ବେଙ୍ଗାଲୁର: ମାସକ ତଳେ ଗଠିତ କର୍ଣ୍ଣାଟକର ଏଚ ଡି କୁମାର ସ୍ୱାମୀଙ୍କ ସରକାରକୁ ଭାଙ୍ଗିବାନେଇ ଉଦ୍ୟମ ହେଉଥିବା ସମ୍ପର୍କରେ ଏବେ ସମଗ୍ର ରାଜ୍ୟରେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି। ବିଶେଷ କରି ଗତକାଲିିର ଦୁଇଟି ଘଟଣା ନେଇ ଏହି ଚର୍ଚ୍ଚାକୁ ଜୋର ଦେଇଛିି। କଂଗ୍ରେସର ଅସୁନ୍ତଷ୍ଟ ଗୋଷ୍ଠୀର କିଛି ବିଧାୟକ ଭାରତୀୟ ଜନତା ପାର୍ଟି ସହିତ ହାତ ମିଳାଇ କୁମାରସ୍ୱାମୀଙ୍କ ସରକାରକୁ ଭାଙ୍ଗି ପୁଣି ଥରେ ରାଜ୍ୟରେ ୟାଦୁରପ୍ପାଙ୍କ ସରକାର ଗଠନ ପାଇଁ ଉଦ୍ୟମ କରୁଥିବା ଏକ ଚର୍ଚ୍ଚା ରାଜନୈତିକ ମହଲରେ ଜୋର ଧରିଛି। ଏଭଳି ସ୍ଥିତିରେ ଗତକାଲି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ ତାଙ୍କ ସ୍ୱର ପରିବର୍ତ୍ତନ କରିଛନ୍ତି।

ସମବାୟ ବ୍ୟାଙ୍କର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ‘ ଜନତାଙ୍କ ଭୋଟ୍‌ନୁହେଁ, କଂଗ୍ରେସ ଦଳର ଅଧ୍ୟକ୍ଷ ରାହୁଳ ଗାନ୍ଧୀଙ୍କ ଦୟାରେ ସେ ମୁଖ୍ୟମନ୍ତ୍ରୀ ହୋଇଥିବା କହୁଥିବା କୁମାରସ୍ୱାମୀ ଗତକାଲି କହିଛନ୍ତି ସେ କାହାରି ଦୟାରେ ମୁଖ୍ୟମନ୍ତ୍ରୀ ହୋଇ ନାହାଁନ୍ତି। କଂଗ୍ରେସ ଦଳଠାରୁ ସେ ମୁଖ୍ୟମନ୍ତ୍ରୀ ପଦ ଭିକ୍ଷାରେ ନେଇ ନାହାଁନ୍ତି। ସେ କେତେଦିନ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭବେ ରହିବେ ସେଥିପାଇଁ ସେ ବିଲକୁଳ ଚିନ୍ତିତ ନୁହଁନ୍ତି ବୋଲି କୁମାର ସ୍ୱାମୀ କହି କଂଗ୍ରେସ ଓ ଜନତାଦଳ ଏସ ମଧ୍ୟରେ ଯେ ଏବେ ବି ଉତ୍ତମ ସମନ୍ଵୟ ସ୍ଥାପିତ ହୋଇ ପାରି ନାହିଁ ତାହା ସ୍ପଷ୍ଟ କରି ଦେଇଛନ୍ତି। ଅପରପକ୍ଷେ ଗତକାଲି ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ୟାଦୁରପ୍ପା ଚୁପ୍‌ଚାପ ବିମାନବନ୍ଦର ଯାଇ ଅହମ୍ମଦାବାଦ ଚାଲିଯାଇଛନ୍ତ। ୟାଦୁରପ୍ପାଙ୍କ ଏହିଗୋପନ ଅଭିସାର ମଧ୍ୟ ଏହି ଚର୍ଚ୍ଚାକୁ ଜୋର ଦେଇଛି। ଅହମ୍ମଦାବାଦରେ ୟାଦୁରପ୍ପା ଅମିତ ଶାହାଙ୍କୁ ଭେଟି କୁଆଡେ କର୍ଣ୍ଣାଟକ ସରକାରର ପତନ ଘଟାଇ ପୁଣି ଥରେ ବିଜେପି ସରକାର ଗଠନ ପାଇଁ ଅନୁମତି ଚାହିଁଛନ୍ତି। ଅପରପକ୍ଷେ ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏତେ ତରତର ନ ହେବାକୁ ଅମିତ ଶାହା ୟାଦୁରପ୍ପାଙ୍କୁ ପରାମର୍ଶ ଦେଇଛନ୍ତି।


ଅପରପକ୍ଷେ ୟାଦୁରପ୍ପାଙ୍କ ଅହମ୍ମଦାବାଦ ଗସ୍ତର ସମୟକୁ ନେଇ ରାଜନୈତିକ ବିଶ୍ଳେଷକମାନେ ନାନା କଳ୍ପନାଜଳ୍ପନା କରୁଛନ୍ତି। ଆସନ୍ତା ଜୁଲାଇ ୨ ତାରିଖରେ କର୍ଣ୍ଣାଟକ ବିଧାନସଭାର ଅଧିବେଶନ ଆରମ୍ଭ ହେବ ଓ ଜୁଲାଇ ୫ ତାରିଖରେ କୁମାରସ୍ୱାମୀ ସରକାର ବଜେଟ ଉପସ୍ଥାପନ କରିବ। ତା ପୂର୍ବରୁ ୟାଦୁରପ୍ପାଙ୍କ ନେତୃତ୍ୱାଧୀନ ବିଜେପି କୁମାରସ୍ୱାମୀ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତବ ଆଣିପାରେ ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର