ସମ୍ବିଧାନ ଧର୍ମାନ୍ତରୀକରଣକୁ ବାରଣ କରିନାହିଁ : ବାଙ୍ଗାଲୁରୁ ଆର୍କବିସପ୍

କର୍ଣ୍ଣାଟକ ସରକାରଙ୍କ ଧର୍ମାନ୍ତରୀକରଣ ନିରୋଧୀ ବିଲକୁ ଖ୍ରୀଷ୍ଟିଆନ ସଂଗଠନଗୁଡ଼ିକର ବିରୋଧ

ବାଙ୍ଗାଲୁରୁ : କର୍ଣ୍ଣାଟକରେ ବଢିଚାଲିଥିବା ଧର୍ମାନ୍ତରୀକରଣକୁ ବନ୍ଦ କରିବାକୁ କର୍ଣ୍ଣାଟକ ସରକାର ଆଗାମୀ ଦିନରେ ଏକ ଧର୍ମାନ୍ତରୀକରଣ ବିଲ ଆଣିବାକୁ ଯୋଜନା କରୁଛନ୍ତି । କିନ୍ତୁ ଏହି ବିଲକୁ ବିରୋଧ କରିଛନ୍ତି ବିଭିନ୍ନ ଖ୍ରୀଷ୍ଟିଆନ ସଂଗଠନ ।

ବାଙ୍ଗାଲୁରୁର ଆର୍କବିସପ୍ ପିଟର ମାକାଡୋ କହିଛନ୍ତି ଯେ ଏହି ବିଲକୁ ନେଇ ଖ୍ରୀଷ୍ଟିଆନ ସଂପ୍ରଦାୟ ଚିନ୍ତାରେ ଅଛନ୍ତି । ଏହି ଆଇନର ଦ୍ବାହି ଦେଇ ଅସାମାଜିକ ଗୋଷ୍ଠୀ ରାଜ୍ୟରେ ସାଂପ୍ରଦାୟିକ ସଦ୍ଭାବ ବିଗାଡ଼ିବାର ସମ୍ଭାବନା ରହିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତର ସମ୍ବିଧାନ ସ୍ବାଧୀନଭାବେ ଧର୍ମଗ୍ରହଣ କରିବାର ଅଧିକାର ଦେଇଛି । ଯଦି ଏହି ଅଧିକାର ନ ରହିବ ତେବେ ତାହା ମାନବ ଅଧିକାରକୁ କ୍ଷୁର୍ଣ୍ଣ କରିବ । ସମ୍ବିଧାନର ଧାରା ୨୫ ଓ ୨୬କୁ ଉଦ୍ଧାର କରି ସେ କହିଛନ୍ତି ଯେ ଏପରି ଆଇନ ପ୍ରଣୟନ କରିବା ସଂଖ୍ୟାଲଘୁଙ୍କ ଅଧିକାରକୁ କ୍ଷୁର୍ଣ୍ଣ କରିବ ।  ଅନ୍ୟପକ୍ଷରେ କର୍ଣ୍ଣାଟକରେ ଥିବା ଖ୍ରୀଷ୍ଟିଆନ ମିସନାରୀଗୁଡ଼ିକ ସଂପର୍କରେ ସର୍ଭେ କରିବାକୁ ରାଜ୍ୟ ସରକାର ଦେଇଥିବା ନିର୍ଦ୍ଦେଶକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି । ଏହି ଆଇନର ଦ୍ବାହି ଦେଇ ଅସାମାଜିକ ଗୋଷ୍ଠୀ ଆଇନକୁ ନିଜ ହାତକୁ ନେବେ ଓ କର୍ଣ୍ଣାଟକ ପରି ଶାନ୍ତିପୂର୍ଣ୍ଣ ରାଜ୍ୟରେ ସାଂପ୍ରଦାୟିକ ସଦ୍ଭାବ ବିଗାଡ଼ିବାର ସମ୍ଭାବନା ରହିଛି ।

ଗତ ବର୍ଷ ସେ କହିଥିଲେ ଯେ ଖ୍ରୀଷ୍ଟିଆନ ସଂପ୍ରଦାୟ ଏହି ବିଲକୁ ବିରୋଧ କରିବ ।

ସମ୍ବନ୍ଧିତ ଖବର