ବେଙ୍ଗାଲୁର୍‌ର ଏକ କମ୍ପାନିରେ ମହିଳାଙ୍କୁ ମାସକୁ ୨ ଦିନିଆ ପିରିୟଡ୍‌ସ ଲିଭ୍‌, ପତ୍ନୀଙ୍କ ଯତ୍ନ ନେବାକୁ ବିବାହିତ ପୁରୁଷ ବି ନେଇପାରିବେ ଏହି ଛୁଟି

ବେଙ୍ଗାଲୁର‌: ମହିଳାମାନଙ୍କ ପ୍ରତି ସମ୍ବେଦନଶୀଳ ‌ହୋଇ ବେଙ୍ଗାଲୁରର ଏକ ନିଉଜ୍‌ ପୋର୍ଟାଲ୍‌ ସାଇଟ୍‌ ‘ହର୍ସେସ୍‌ ଷ୍ଟେବଲ୍‌ ନ୍ୟୁଜ୍‌’ ସେମାନଙ୍କ ପାଇଁ ମାସକୁ ୨ ଦିନିଆ ମାସିକଧର୍ମ(ପିରିୟଡ୍‌ସ) ଛୁଟି ପ୍ରଦାନ କରିବାର ନିଷ୍ପତ୍ତି ନେଇଛି। ଏହି ଛୁଟି ପାଇଁ କମ୍ପାନି କର୍ମଚାରୀମାନଙ୍କ ଦରମା କାଟ୍‌ କରିବ ନାହିଁ। କେବଳ ମହିଳାମାନଙ୍କ ପାଇଁ ନୁହେଁ, ବରଂ ପୁରୁଷମାନଙ୍କୁ ମଧ୍ୟ ସେମାନଙ୍କ ପତ୍ନୀଙ୍କ ମାସିକଧର୍ମ ସମୟରେ ଗୋଟାଏ ଦିନ ଛୁଟି ଦେବା ପାଇଁ କମ୍ପାନି ଚିନ୍ତା କରିଛି। କମ୍ପାନି ପକ୍ଷରୁ କୁହାଯାଇଛି ଯେ ଗୋଟାଏ ଦିନ ଛୁଟି ନେଇ ସ୍ବାମୀାନେ ସେମାନଙ୍କ ପତ୍ନୀଙ୍କର ଏହି କଷ୍ଟଦାୟକ ଦିନରେ ତାଙ୍କର ଯତ୍ନ ନିଅନ୍ତୁ ଓ ତାଙ୍କୁ ସମର୍ଥନ ଦିଅନ୍ତୁ।


The Express Tribune

ହର୍ସେସ୍‌ ପ୍ରଡ୍‌କସନ ପ୍ରାଇଭେଟ୍‌ ଲିମିଟେଡ୍‌ର ସହ ନିର୍ମାତା ସଲୋନୀ ଅଗ୍ରୱାଲ୍‌ କହନ୍ତି, ‘ଏକଥାରେ ଦ୍ବିମତ ନାହିଁ ଯେ ପିରିୟଡ୍‌ସ ସମୟରେ ମହିଳାମାନେ ଅସହ୍ୟ ଯନ୍ତ୍ରଣାର ସାମ୍ନା କରିଥାନ୍ତି। ତେବେ ଏହି ଛୁଟି କେବଳ ମହିଳାଙ୍କ ପାଇଁ ନୁହେଁ, କମ୍ପାନି ଉଭୟ ମହିଳାଙ୍କ ଓ ପୁରୁଷଙ୍କ ପାଇଁ ଏହି ଛୁଟି ପଲିସ୍‌ ଜାରି କରିଛି। ବିବାହିତ ମହିଳାମାନେ ମଧ୍ୟ ଏହି ଛୁଟି ନେଇପାରିବେ।’

ଏହି ଛୁଟିକୁ ‘ସିକ୍‌ ଲିଭ୍‌’ରେ ଗଣନା କରାଯିବ ନାହିଁ। ଏହା ଏକ ସ୍ବତନ୍ତ୍ର ଛୁଟି ଭାବେ କମ୍ପାନି ପଲିସ୍‌ରେ ଯୋଡ଼ି ହେବ ବୋଲି ଜାଣିବାକୁ ମିଳିଛି। ମହିଳାମାନେ ସେମାନଙ୍କ ମାସିକଧର୍ମ ସମୟରେ ଏହି ଛୁଟି ପାଇଁ ଆବେଦନ କରିପାରିବେ।

ସମ୍ବନ୍ଧିତ ଖବର