ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଘଟିଯାଇଛି ଏକ ଦୁଃଖଦ ଘଟଣା। ବେଙ୍ଗାଲୁର ମହାନଗର ନିଗମ ପରିବହନ ନିଗମ (ବିଏମଟିସି) ଡ୍ରାଇଭର ସୋମବାର ଯଶୱନ୍ତପୁର ନିକଟରେ ଏକ ବସ୍ ଚଳାଉଥିବା ବେଳେ ହୃଦ୍ଘାତର ଶିକାର ହେବା ପରେ ତାଙ୍କର ମୃତ୍ୟୁ ଘଟିଛି। ବସ୍ ଜଣକ ଗାଡ଼ି ଚଳାଇବା ବେଳେ ହିଁ ହୃଦ୍ଘାତର ଶିକାର ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି।
ବିଏମଟିସି ଡିପୋ ୪୦ରେ କାମ କରୁଥିବା ୩୯ ବର୍ଷୀୟ କିରଣ ନେଲାମଙ୍ଗଲାଠାରୁ ଯଶବନ୍ତପୁର ଅଭିମୁଖେ ଯାଉଥିବା ସମୟରେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରି ଚେତା ହରାଇଥିଲେ। ବସ୍ର ଇଣ୍ଟେରିୟର କ୍ୟାମେରାରୁ ମିଳିଥିବା ଫୁଟେଜରୁ ଜଣାପଡିଛି ଯେ ଡ୍ରାଇଭର ଚେତାଶୂନ୍ୟ ହୋଇଯିବା କାରଣରୁ କଣ୍ଡକ୍ଟର ଆସି ସଙ୍ଗେ ସଙ୍ଗେ ଗାଡ଼ିକୁ ଆଗକୁ ନେଇ ଯାଉଛନ୍ତି।
ହୃଦ୍ଘାତର ଶିକାର ହୋଇଥିବା ଡ୍ରାଇଭର୍ କିରଣଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ପହଞ୍ଚିବା ପରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ବିଏମଟିସି ଅଧିକାରୀମାନେ କଣ୍ଡକ୍ଟରଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି, ଯିଏକି ଏକ ଦୁଃଖଦ ପରିସ୍ଥିତିକୁ ଏଡ଼ାଇ ପାରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2024/11/07/psusCemH3b9VBu3MZJHy.jpg)