ବେଙ୍ଗାଲୁରୁ: କର୍ମଚାରୀଙ୍କୁ ମଉଜ କରିବାକୁ ୧୧ଦିନ ଛୁଟି। ଆଜ୍ଞା ହଁ...ଆପଣ ଠିକ ଶୁଣୁଛନ୍ତି। ଖବରଟି ସମ୍ପୂର୍ଣ୍ଣ ସତ। ନିଜ କର୍ମଚାରୀଙ୍କ ମାନସିକ ସ୍ବାସ୍ଥ୍ୟକୁ ପ୍ରାଧାନ୍ୟ ଦେବା ଉଦ୍ଦେଶ୍ୟରେ ଅନଲାଇନ୍ ସପିଂ ସାଇଟ୍ ମିଶୋ କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ୧୧ଦିନିଆ ଛୁଟି ଘୋଷଣା କରିଛି। ଏହାର ନାଁ ରଖାଯାଇଛି ‘‘ରିସେଟ୍ ଆଣ୍ଡ ରିଚାର୍ଜ ବ୍ରେକ୍’’।  ଆଗକୁ ଦୁୁର୍ଗା ପୂଜ‌ା ଥିବା ବେଳେ ସବୁ ସପିଂ ଆପ୍ ଭଳି ମିଶୋ ମଧ୍ୟ ପୂଜା ଅଫର ଦେଉଛି। ଏହି ସମୟରେ କାମ ଅଧିକ ରହୁଥିବାରୁ ପୂଜା ଶେଷ ହେବା ପରେ  ଅକ୍ଟୋବର ୨୨ରୁ ନଭେମ୍ବର ୧ପର୍ଯ୍ୟନ୍ତ କର୍ମଚାରୀଙ୍କୁ ମଉଜ କରିବା ପାଇଁ  ୧୧ ଦିନ ଛୁଟି ଦିଆଯିବ ବୋଲି ଜଣାପଡ଼ିଛି। ଏହାଦ୍ବାରା କର୍ମଚାରୀମାନେ ଶାରୀରିକ ଓ ମାନସିକ ବିଶ୍ରାମ ପାଇ ପରବର୍ତ୍ତୀ ସମୟରେ ଭଲ କାମ କରିପାରିବେ ବୋଲି ଆଶା କରାଯାଉଛି।

Advertisment

ସପିଂ ଆପ୍ ମିଶୋର ପ୍ରତିଷ୍ଠାତା ତଥା ସିଟିଓ ସଞ୍ଜୀବ ବର୍ଣ୍ଣୱାଲ ଟ୍ୱିଟରରେ ଏହି ଘୋଷଣା କରିଛନ୍ତି। ସେ ଲେଖିଛନ୍ତି ଯେ, "କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଆମେ ଏକ ୧୧ ଦିନିଆ କମ୍ପାନି ବ୍ରେକ୍ ଘୋଷଣା କରିଛୁ। ଆଗାମୀ ଉତ୍ସବର ଋତୁ ଏବଂ କାର୍ଯ୍ୟ ଜୀବନରେ ସନ୍ତୁଳନର ମହତ୍ତ୍ବକୁ ଧ୍ୟାନରେ ରଖି ଅକ୍ଟୋବର ୨୨ରୁ ନଭେମ୍ବର ୧ପର୍ଯ୍ୟନ୍ତ ଆମେ କର୍ମଚାରୀଙ୍କୁ 'ରିସେଟ୍ ଆଣ୍ଡ ରିଚାର୍ଜ ବ୍ରେକ୍' ଦେବାକୁ ଘୋଷଣା କରିଛୁ। ମିଶୋର ଏହି ଛୁଟି ଭାରତୀୟ କର୍ପୋରେଟ୍ ପରିସରରେ ଚର୍ଚ୍ଚାର ବିଷୟ ପାଲଟିଛି।