ବ୍ରାଜିଲ୍‌ ପାଲଟିବ ବେଙ୍ଗାଲୁରୁ, ୨୦ ଦିନିଆ ଲକ୍‌ଡାଉନ୍‌ ପାଇଁ କହିଲେ କୁମାରସ୍ବାମୀ

ବେଙ୍ଗାଲୁରୁ : ବେଙ୍ଗାଲୁରୁରେ ଯଦି କଡ଼ା କଟକଣା‌ ଜାରି ନହୁଏ ତେବେ ଏହା ଅନ୍ୟ ଏକ ବ୍ରାଜିଲ୍‌ରେ ପରିଣତ ହେବ। ତେଣୁ ବେଙ୍ଗାଲୁରୁରେ କରୋନା ନିୟନ୍ତ୍ରଣ ପାଇଁ ୨୦ ଦିନିଆ ଲକ୍‌ଡାଉନ୍‌ ଜାରି କରିବା ପାଇଁ ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ନେତା ଏଚ୍‌ଡି କୁମାରସ୍ବାମୀ କହିଛନ୍ତି। ଏକ ଟ୍ବିଟ୍‌ କରି ଆଜି କୁମାରସ୍ବାମୀ କହିଛନ୍ତି, ସରକାର ଅନ୍‌ଲକ୍‌ ପ୍ରକ୍ରିୟା ଆରମ୍ଭ କରିବା ପରଠାରୁ ସଂକ୍ରମଣ ବଢ଼ି ଚାଲିଛି। ମଣି‌ଷ ଜୀବନ ସହ ଖେଳିବା ବନ୍ଦ କର। କିଛି ଅଞ୍ଚଳକୁ ସିଲ୍‌ କରିଦେବା ଏକ ସମାଧାନ ନୁହେଁ। ଯଦି ବେଙ୍ଗାଲୁରୁରେ ମଣିଷ ଜୀବନର ଯତ୍ନ ଚାହୁଛ ତେବେ ସମ୍ପୂର୍ଣ୍ଣ ୨୦ ଦିନ ପାଇଁ ସହରକୁ ସଟ୍‌ଡାଉନ୍‌ କରାଯାଉ, ନଚେତ୍‌ ବେଙ୍ଗାଲୁରୁ ବ୍ରାଜିଲ୍‌ରେ ପରିଣତ ହୋଇଯିବ। ଅର୍ଥନୀତି ଅପେକ୍ଷା ମଣିଷ ଜୀବନ ଅଧିକ ଗୁରୁତ୍ବପୂର୍ଣ୍ଣ। ତେଣୁ କରୋନା ନିୟନ୍ତ୍ରଣ ପାଇଁ ବେଙ୍ଗାଲୁରୁରେ କଟକଣା ଅଧିକ କଡ଼ାକଡ଼ି କରିବାପାଇଁ କୁମାରସ୍ବାମୀ କହିଛନ୍ତି। କର୍ଣ୍ଣାଟକରେ ୯ ହଜାରରୁ ଅଧିକ କରୋନା ସଂକ୍ରମିତ ହୋଇଥିବାବେଳେ ୧୪୨ ଜଣଙ୍କ ମୃତ୍ୟୁ ହୋଇଛି। ତେବେ କେବଳ ବେଙ୍ଗାଲୁରୁରେ ୯୧୯ ସକ୍ରିୟ ମାମଲା ରହିଛି।

ସମ୍ବନ୍ଧିତ ଖବର