ପାଣାଜୀ: ପ୍ରେମ, ବିବାହ ଓ ହତ୍ୟା ଆଜିକାଲି ଏକ ସାଧାରଣ ସମସ୍ୟା ବନିଗଲାଣି। ଦକ୍ଷିଣ ଗୋଆରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ ୨୨ ବର୍ଷୀୟ ଯୁବକଙ୍କୁ ତାଙ୍କ ପ୍ରେମିକାଙ୍କୁ ହତ୍ୟା ଅଭିଯୋଗରେ ଗିରଫ କରିଛି ପୁଲିସ୍।
ପ୍ରତାପ ନଗରର ଏକ ଜଙ୍ଗଲ ଅଞ୍ଚଳରେ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ଜାଣିବାକୁ ମିଳିଛି ଯେ ପ୍ରଥମେ ପ୍ରେମ ଓ ପରେ ବିବାହ କରିବା ଉଦ୍ଦେଶ୍ୟରେ ଏହି ପ୍ରେମୀ ଯୁଗଳ ଗୋଆ ଯାଇଥିଲେ।
ବିବାହ କରିବା ଉଦ୍ଦେଶ୍ୟରେ ଏହି ଦମ୍ପତି ବେଙ୍ଗାଲୁରୁରୁ ଗୋଆ ଯାତ୍ରା କରିଥିଲେ ବୋଲି ଜଣାପଡିଛି। କିନ୍ତୁ ସେମାନଙ୍କ ମଧ୍ୟରେ ଏକ ବିବାଦ ଉପୁଜିବାରୁ ଦୁଃଖଦ ପରିସ୍ଥିତିରେ ପରିଣତ ହୋଇଥିଲା।
ଗିରଫ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ କର୍ଣ୍ଣାଟକର ଉତ୍ତର ବେଙ୍ଗାଲୁରୁର ବାସିନ୍ଦା ସଞ୍ଜୟ କେଭିନ୍ ଏମ୍ ଭାବରେ ଚିହ୍ନଟ କରାଯାଇଛି। ପୀଡିତା, ୨୨ ବର୍ଷୀୟ ରୋଶନି ମୋସେସ୍ ଏମ୍ ମଧ୍ୟ ସେହି ଅଞ୍ଚଳର ବୋଲି ଜାଣିବାକୁ ମିଳିଛି। ଅପରାଧ କରିବା ପରେ, ସଞ୍ଜୟ ବେଙ୍ଗାଲୁରୁ ଫେରି ପଳାଇଥିବା ଅଭିଯୋଗ ହୋଇଛି।
ପୁଲିସର କହିବା ଅନୁଯାୟୀ, ଏହି ଦମ୍ପତି ସମ୍ପ୍ରତି ଗୋଆରେ ପହଞ୍ଚିଥିଲେ। "ସେମାନେ ବିବାହ କରିବା ପାଇଁ ବେଙ୍ଗାଲୁରୁରୁ ଗୋଆ ଆସିଥିଲେ। କିନ୍ତୁ କୌଣସି ଅଜଣା କାରଣ ଯୋଗୁ ଉଭୟଙ୍କ ମଧ୍ୟରେ ବିବାଦ ହୋଇଥିଲା ଏବଂ ଦୁଇ ଦିନ ପୂର୍ବରୁ ସଞ୍ଜୟ ରୋଶନିଙ୍କୁ ହତ୍ୟା କରି ଜଙ୍ଗଲରେ ଫିଙ୍ଗି ଦେଇଥିଲେ,"।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/06/18/New Project (1)-0d26adc9.jpg)