ନୂଆଦିଲ୍ଲୀ : ଦେଶରେ ପ୍ରତି କ୍ଷେତ୍ରରେ ମହିଳାମାନେ ରେକର୍ଡ ଭାଙ୍ଗୁଛନ୍ତି। କିନ୍ତୁ ରାଜନୀତି କ୍ଷେତ୍ରରେ ସେମାନଙ୍କୁ ସଠିକ୍ ସୁଯୋଗ ମିଳୁନଥିବା ଦେଖିବାକୁ ମିଳିଛି। ଏହାର ଏକ ଜ୍ବଳନ୍ତ ଉଦାହରଣ ହେଉଛି କର୍ଣ୍ଣାଟକର ବେଙ୍ଗାଲୁରୁ। ବେଙ୍ଗାଲୁରୁ ଦୀର୍ଘ ୬୬ ବର୍ଷ ମଧ୍ୟରେ ମାତ୍ର ୭ ଜଣ ମହିଳା ବିଧାୟକଙ୍କୁ ନିର୍ବାଚିତ କରିଛି। ଏମାନଙ୍କ ମଧ୍ୟରୁ ୩ ଜଣ ତତ୍କାଳୀନ ମହୀଶୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୧୯୫୭ରେ ନିର୍ବାଚିତ ହୋଇଥିଲେ। ୧୪ତମ କର୍ଣ୍ଣାଟକ ବିଧାନସଭାରେ ମଧ୍ୟ ମୋଟ୍ ୧୦ ମହିଳା ନିର୍ବାଚିତ ହୋଇଛନ୍ତି ଏବଂ ଜଣେ ମନୋନୀତ ହୋଇଛନ୍ତି।
ବିଧାନସଭାର ମୋଟ୍ ଆସନ ସଂଖ୍ୟାର ଏହା ମାତ୍ର ୪ ପ୍ରତିଶତ। ବେଙ୍ଗାଲୁରୁରେ ରାଜ୍ୟ ବିଧାନସଭାର ଏକ ଅଷ୍ଟମାଂଶ ଆସନ ରହିଛି। ୨୦୧୮ ପର୍ଯ୍ୟନ୍ତ ଏହା ମୋଟ୍ ୨୦୩ ବିଧାୟକଙ୍କୁ ନିର୍ବାଚିତ କରିଛି। ତେବେ ଏମାନଙ୍କ ମଧ୍ୟରେ କେବଳ ୭ ଜଣ ହେଉଛନ୍ତି ମହିଳା ବିଧାୟକ। ୧୯୫୭ରୁ କର୍ଣ୍ଣାଟକ ମୋଟ୍ ୧୪ଟି ନିର୍ବାଚନ ଲଢ଼ିଛି। କିନ୍ତୁ ୧୯୭୮, ୧୯୯୪, ୨୦୦୮ ଏବଂ ୨୦୧୮ରେ କେବଳ ମହିଳା ବିଧାୟକ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ଚଳିତ ନିର୍ବାଚନରେ ବିଜେପି ଏବଂ କଂଗ୍ରେସ ୯ ମହିଳା ପ୍ରାର୍ଥୀଙ୍କୁ ଟିକେଟ୍ ଦେଇଥିବାବେଳେ ଜେଡିଏସ୍ ୧୩ ଜଣ ମହିଳା ପ୍ରାର୍ଥୀଙ୍କୁ ଟିକେଟ୍ ଦେଇଛି।