ବଳକା ଟଙ୍କା ଦେଇ ନପାରିବାରୁ ମୃତ କରୋନା ରୋଗୀଙ୍କ ସହ ସମ୍ପର୍କୀୟଙ୍କୁ ବନ୍ଦୀ କରି ରଖିଲେ ଡାକ୍ତରଖାନା କର୍ମଚାରୀ, ତା’ପରେ…

ବେଙ୍ଗାଲୁରୁ: ଦେଶରେ ଏବେ କରୋନା ଭୂତାଣୁର ଦ୍ଵିତୀୟ ଲହର ମୁଣ୍ଡ ବିନ୍ଧାର କାରଣ ପାଲଟିଥିବା ବେଳେ କରୋନା ରୋଗୀ ଏବଂ ତାଙ୍କ ପରିବାର ପ୍ରତି ହେଉଥିବା ଦୁର୍ବ୍ୟବହାରର ଅନେକ ଘଟଣା ସାମ୍ନାକୁ ଆସୁଛି | ପୂର୍ବରୁ ଏଭଳି ଅନେକ ଖବର ମିଳିଥିବା ବେଳେ ଏବେ ବେଙ୍ଗାଲୁରୁର ଏକ ଡାକ୍ତରଖାନାରେ ଏକ ଅଭାବନୀୟ ଘଟଣା ଘଟିଥିବାର ଖବର ମିଳିଛି | ବିଲ ପୁରା ଭରି ନପାରିବାରୁ ଡାକ୍ତରଖାନା କର୍ମଚାରୀ କରୋନା ରୋଗୀଙ୍କ ମୃତଦେହ ସମେତ ତାଙ୍କର ଜଣେ ସମ୍ପର୍କୀୟଙ୍କୁ ବନ୍ଦୀ କରି ରଖିଥିଲେ ବୋଲି ଜଣାପଡିଛି | ତେବେ ଏନେଇ କିଛି ସ୍ବେଚ୍ଛାସେବୀ ପୁଲିସକୁ ଖବର ଦେବା ପରେ ପୁଲିସ ଶବକୁ ମୁକ୍ତ କରିବା ସହ ଡାକ୍ତରଖାନା କର୍ମଚାରୀଙ୍କ ବିରୋଧରେ ଏତଲା ରୁଜୁ କରିଛନ୍ତି |

ପୁଲିସର କହିବା ମୁତାବକ, ଲକ୍ଷ୍ମୀ ନାରାୟଣ (୪୨) ମେ ୧୭ରେ କରୋନା ଆକ୍ରାନ୍ତ ହେବା ପରେ ବେଙ୍ଗାଲୁରୁର ଚାନ୍ନାସନ୍ଦ୍ରର ପାଥୱେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଗୁରୁବାର (ମେ ୨୭) ଦିନ ତାଙ୍କର ମୃତ୍ୟୁ ଘଟିଥିଲା। ସେତେବେଳକୁ ତାଙ୍କ ପରିବାର ଚିକିତ୍ସା ପାଇଁ ଡାକ୍ତରଖାନାକୁ ୪.୫ ଲକ୍ଷ ଟଙ୍କା ଦେଇସାରିଥିଲେ। କିନ୍ତୁ ମୃତ୍ୟୁ ପରେ ୩.୬୭ ଲକ୍ଷ ଟଙ୍କା ମୂଲ୍ୟର ବକେୟା ଦେୟ ରହିଛି ବୋଲି କହି ଡାକ୍ତରଖାନା ମୃତଦେହ ହସ୍ତାନ୍ତର କରିବାକୁ ମନା କରିଦେଇଥିଲା। ବକେୟା ଟଙ୍କା ପରେ ଦେବାକୁ ଅନୁରୋଧ କରିବାରୁ ଟଙ୍କା ଦେବାର କ୍ଷମତା ନଥିଲା ଯଦି ଏତେ ବଡ ଡାକ୍ତରଖାନାରେ ଭର୍ତ୍ତି କାହିଁକି କରୁଥିଲା ବୋଲି ଡାକ୍ତରଖାନା କର୍ମଚାରୀ ପ୍ରଶ୍ନ କରିଥିଲେ | ଏହା ଶୁଣି ପରିବାର ସଦସ୍ୟ ଟଙ୍କା ଯୋଗାଡ଼ କରିବାକୁ ଯାଇଥିବା ବେଳେ କିଛି ସ୍ବେଚ୍ଛାସେବୀ ଏବିଷୟରେ ଜାଣି ପୁଲିସକୁ ସୂଚନା ଦେଇଥିଲେ |

Rising COVID-19 cases in Rosthern prompts limits to hospital visitation | CTV News
CTV News Saskatoon

ସବୁ ଜାଣିବା ପରେ ଏବେ ଶବକୁ ମୁକ୍ତ କରାଯାଇଛି ଏବଂ ଧାରା ୩୪୨ (ଭୁଲ ବନ୍ଦୋବସ୍ତ), ୫୦୪ (ଉଦ୍ଦେଶ୍ୟମୂଳକ ଅପମାନ), ୧୮୮ (ଭାରତୀୟ ଦଣ୍ଡବିଧି ସଂହିତା ଏବଂ ବିପର୍ଯ୍ୟୟ ପରିଚାଳନା ଆଇନର ସମ୍ପୃକ୍ତ ବିଭାଗ ଅନୁଯାୟୀ ନିର୍ଦ୍ଦେଶକୁ ଅବମାନନା କରିବା) ଅନୁଯାୟୀ ଡାକ୍ତରଖାନା କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିବା କହିଛି ପୁଲିସ।

ସମ୍ବନ୍ଧିତ ଖବର