ତିରୁପତି ବାଲାଜୀ ମନ୍ଦିରକୁ ୧ କୋଟି ଟଙ୍କା ଦାନ କଲେ ବେଙ୍ଗାଲୁରୁର ଭକ୍ତ

ବେଙ୍ଗାଲୁର୍‌: ତିରୁମାଲାରେ ଥିବା ତିରୁପତି ବାଲାଜୀ ମନ୍ଦିରକୁ ବେଙ୍ଗାଲୁରୁର ଜଣେ ଭକ୍ତ ୧ କୋଟି ଟଙ୍କା ଦାନ ଆକାରରେ ଦେଇନ୍ତି। ଭକ୍ତ ଜଣକ ପ୍ରଭୁ ଭେଙ୍କଟେଶ୍ବରଙ୍କ ମନ୍ଦିରର ଗାଈମାନଙ୍କ ରକ୍ଷଣାବେକ୍ଷଣା ନିମନ୍ତେ ଏହି ଅର୍ଥକୁ ବିନିଯୋଗ କରିବାକୁ ମନ୍ଦିର ପ୍ରଶାସନକୁ ନିବେଦନ କରିଛନ୍ତିି।

ଗଣମାଧ୍ୟମରେ ସୂଚନା ଦେଇ ମନ୍ଦିର ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ‘ଭକ୍ତ ଅମରନାଥ ଚୌଧୁରୀ ଓ ତାଙ୍କ ପତ୍ନୀ ଏହି ପର୍ବତ ଉପରେ ଥିବା ମନ୍ଦିରକୁ ପୂଜା ପାଇଁ ଆସି ତିରୁମାଲା ତିରୁପତି ଦେବସ୍ଥାନମ(ଟିଟିଡି)ର ଅତିରିକ୍ତି କାର୍ଯ୍ୟକାରୀ ଅଧିକାରୀ ଧର୍ମା ରେଡ୍ଡିଙ୍କୁ  ଡ୍ରାଫ୍ଟ ଆକାରରେ  ଏକ କୋଟିି ଟଙ୍କା ଦାନ କରିଛନ୍ତିି। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଏହି ମନ୍ଦିରକୁ ଟିଟିଡି ପରିଚାଳନା କରିଥାଏ।

Livemint

ତେବେ ଏହି ଭକ୍ତ ଜଣକ ବୃତ୍ତିରେ ଏକ ଆଇଟି କମ୍ପାନିର ମାଲିକ। ଗତ ନଅ ବର୍ଷ ହେବ ସେ  ବେଙ୍ଗାଲୁରୁରେ ନିଜର ବ୍ୟବସାୟ ଚଳାଇ ଆସୁଛନ୍ତି। ଟିଟିଡିର ଡାଏରି ଫାର୍ମରେ ଥିବା ଗାଈମାନଙ୍କ ଉତ୍ତମ ‌ଦେଖାଶୁଣା ପାଇଁ ସେ ଏହି ଅର୍ଥ ପ୍ରଦାନ କରିଛନ୍ତି। ଟିଟିଡି ଫାର୍ମର ଏହି ଗାଈମାନେ ଦେଉଥିବା ଦୁୁଗ୍ଧ ମନ୍ଦିରର ପୂଜାରେ ଲାଗୁଥିବା ସହ ମନ୍ଦିରକୁ ଆସିଥିବା ଶ୍ରଦ୍ଧାଳୁମାନଙ୍କ ଛୋଟ ଶିଶୁମାନଙ୍କୁ ମଧ୍ୟ ପିଆଇବା ପାଇଁ ବ୍ୟବହାର କରାଯାଇଥାଏ।

ଉଲ୍ଲେଖଯୋଗ୍ୟ, ଏହି ମନ୍ଦିରରେ ଶ୍ରୀଭେଙ୍କଟେଶ୍ୱର ପୂଜାପାଇଥାନ୍ତି | ଶ୍ରୀ ଭେଙ୍କଟେଶ୍ୱର ବିଷ୍ଣୁଙ୍କର ଅବତାର ବୋଲି ବିଶ୍ୱାସ ରହିଛି | ଶ୍ରୀ ଭେଙ୍କଟେଶ୍ୱରଙ୍କୁ ବାଲାଜୀ,ଗୋବିନ୍ଦ ଓ ଶ୍ରୀନିବାସ ନାମରେ ମଧ୍ୟ ନାମିତ କରାଯାଏ | ଆନ୍ଧ୍ରପ୍ରଦେଶର ଚି଼ତ୍ତୁର ଜିଲ୍ଲାର ତିରୁପତିରେ ଏହି ମନ୍ଦିର ରହିଥିବା ବେଳେ ବିଶ୍ୱର ଧନୀ ମନ୍ଦିର ତାଲିକାରେ ଏହି ମନ୍ଦିର ସର୍ବାଗ୍ରେ ରହିଛି |

 

ସମ୍ବନ୍ଧିତ ଖବର