କୋଭିଡ୍‌ ଯୁଦ୍ଧରେ ହାରି ଯାଉଛି ବେଙ୍ଗାଲୁରୁ

ବେଙ୍ଗାଲୁରୁ: ଦେଶର ଆଇଟି ସହର ବେଙ୍ଗାଲୁରୁ ଦିନେ କରୋନା ଲଢ଼େଇରେ ଅନ୍ୟ ସହରମାନଙ୍କ ପାଇଁ ଏକ ରୋଲ୍‌ ମଡେଲ୍‌ ଥିଲା। କିନ୍ତୁ ବେଙ୍ଗାଲୁରୁ ଏବେ କୋଭିଡ୍‌ ଯୁଦ୍ଧରେ ହାରି ଯାଇଛି। ସଂକ୍ରମଣ ସହ ଠିକ୍‌ରେ ମୁକାବିଲା କରିପାରିନି ବେଙ୍ଗାଲୁରୁ। ଏହା ଏବେ ଦେଶର ନୂଆ ହଟ୍‌ସ୍ପଟ୍‌ ପାଲଟିଛି। ସଂକ୍ରମଣ ବଢ଼ିବାରୁ ବିବିଏମ୍‌ପି କମିସନରଙ୍କୁ ବଦଳାଯାଇଛି। ଜୁନ୍‌ ୨୫ ବେଳକୁ ବେଙ୍ଗାଲୁରୁରେ ମାତ୍ର ୧,୭୦୦ ମାମଲା ଥିଲା। କିନ୍ତୁ ଜୁଲାଇ ମଧ୍ୟଭାଗରେ ବେଙ୍ଗାଲୁରୁରେ ସଂକ୍ରମଣ ମାମଲା ୩୦ ହଜାର ପହଞ୍ଚିଛି। ବେଙ୍ଗାଲୁରୁରେ ଲକ୍‌ଡାଉନ୍‌ ଠିକ୍‌ରେ କାର୍ଯ୍ୟକାରୀ ହେଉନି। ପ୍ରଥମେ କରୋନା ରୋଗୀଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଉପରେ ଗୁରୁତ୍ବ ଦିଆଯାଉଥିଲା କିନ୍ତୁ ଏବେ ଏଥିପ୍ରତି କମ୍‌ ଗୁରୁତ୍ବ ଦିଆଯାଉଛି। ଆଗ ଧାଡ଼ିର କୋଭିଡ୍‌ ଯୋଦ୍ଧାଙ୍କ ପ୍ରତି ଧ୍ୟାନ ଦିଆଯାଉନି। ଫଳରେ ସେମାନେ ସଠିକ୍‌ ଭାବେ କାର୍ଯ୍ୟ ସମ୍ପାଦନ କରିପାରୁନାହାନ୍ତି। କମିସନର ଏବଂ ମେୟରଙ୍କ ମଧ୍ୟରେ ବିବାଦ ସମସ୍ୟା ବଢ଼ାଇଛି। ବିବିଏମ୍‌ପି କମିସନରଙ୍କ ପକ୍ଷରୁ ସଠିକ୍‌ ସମୟରେ ୱାର୍‌ ରୁମ୍‌କୁ ତଥ୍ୟ ନଦେବା ଦ୍ବାରା ସ୍ଥିତି ବିଗିଡ଼ିଯାଇଛି।

ସମ୍ବନ୍ଧିତ ଖବର