କନ୍ଦାଇଲା ନକଲି ବିଜ୍ଞାପନ: ୨୫୦ ଟଙ୍କା ପାଇଁ ଆକାଉଣ୍ଟରୁ ଖାଲି ହେଲା ୫୦,୦୦୦ଟଙ୍କା

ବେଙ୍ଗାଲୁରୁ: ୨୫୦ ଟଙ୍କା ପାଇଁ ଆକାଉଣ୍ଟରୁ ଖାଲି ହେଲା ୫୦,୦୦୦ଟଙ୍କା। ୨୫୦ଟଙ୍କାରେ ଦୁଇଟି ମିଲ ମିଳିବା ନେଇ ଫେସବୁକରେ ଦିଆଯାଇଥିବା ବିଜ୍ଞାପନ ଉ‌ପରେ ଭରସା କରି ଫସିଲେ ବୃଦ୍ଧା। ଏଭଳି ଘଟଣା ଘଟିଛି ବେଙ୍ଗଲୁରୁର ୫୮ବର୍ଷୀୟା ବୃଦ୍ଧା ସବିତା ଶର୍ମାଙ୍କ ସହ। ନକଲି ବିଜ୍ଞାପନ ‘ବାଏ ୱାନ ଗେଟ ୱାନ’ ପାଇଁ ତାଙ୍କ ଆକାଉଣ୍ଟରୁ ୫୦,୦୦୦ଟଙ୍କା ଚାଲିଯିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

indiatoday

ମିଳିଥିବା ସୂଚନ‌ା ମୁତାବକ, ଫେସବୁକରେ ‘ବାଏ ୱାନ ଗେଟ ୱାନ’ ଅଫର ସହ ୨୫୦ଟଙ୍କାରେ ଦୁଇଟି ମିଲ୍ ମିଳିବା କଥା ଲେଖାଥିବା ଦେଖି ସବିତା ଶର୍ମା ଦିଆଯାଇଥିବା ନମ୍ବରରେ କଲ୍ କରିଥିଲେ। କଲ୍ କରି ଖାଦ୍ୟ ଅର୍ଡର କରିବା ପରେ ତାଙ୍କୁ ୧୦ଟଙ୍କା ଦେବାକୁ କୁହାଯିବା ସହ ବାକି ଟଙ୍କା ଡେଲିଭରୀ ସମୟରେ ଦେବାକୁ କୁହାଯାଇଥିଲା। ଏହା ପରେ ତାଙ୍କ ମୋବଇଲ ନମ୍ବରକୁ ଏକ ଲିଙ୍କ ଆସିବା ସହ ସେଥିରେ ନିଜ ଡେବିଟ କାର୍ଡ ବିବରଣୀ ଏବଂ ପିନ୍ ନମ୍ବର ଦେଇଥିଲେ ସବିତା। ଏହାର କେଇ ସେକେଣ୍ଡ ମଧ୍ୟରେ ତାଙ୍କ ଆକାଉଣ୍ଟରୁ ୪୯,୯୯୬ଟଙ୍କା କଟିଯାଇଥିଲା। ଏହା ଦେଖି ତୁରନ୍ତ ସେ ସମାନ ନମ୍ବରକୁ କଲ କରିବା ପରେ ନମ୍ବର ଲାଗିନଥିଲା। ଏହି ଘଟଣା ପରେ ପୀଡ଼ିତା ପୁଲିସରେ ଅଭିଯୋଗ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର