ବେଙ୍ଗାଲୁରୁ: ୧୫ରୁ ଅଧିକ ମହିଳାଙ୍କୁ ବିବାହର ପ୍ରଲୋଭନ ଦେଖାଇ ଠକିଥିବା ବେଙ୍ଗାଲୁରୁର ଜଣେ ଯୁବକ ନିଜର ଖରାପ ଇଂରାଜୀ ଯୋଗୁଁ ଏବେ ଧରା ପଡ଼ି ଯାଇଛନ୍ତି। ଏବଂ ଏହି ଠକ ବ୍ୟକ୍ତି, ବେଙ୍ଗାଲୁରୁର ବନଶଙ୍କରୀ ନିବାସୀ ମହେଶ କେବି ନାୟକଙ୍କୁ ରବିବାର ମହୀଶୂର ପୁଲିସ ଗିରଫ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ୩୫ ବର୍ଷୀୟ ନାୟକ ୨୦୧୪ରୁ ୧୫ ଜଣ ମହିଳାଙ୍କୁ ବିବାହ କରି ନଗଦ ଟଙ୍କା ଓ ଅଳଙ୍କାର ନେଇ ଫେରାର ହୋଇଯାଇଥିଲେ। ଚଳିତ ବର୍ଷ ପ୍ରାରମ୍ଭରେ ସନ୍ଦିଗ୍ଧ ଜଣକ ବିବାହ କରିଥିବା ମହୀଶୂରରର ଜଣେ ମହିଳା ସଫ୍ଟୱେର ଇଞ୍ଜିନିୟର ତାଙ୍କ ନାମରେ ଅଭିଯୋଗ କରିବା ପରେ ପୁଲିସ ଦ୍ୱାରା ମହେଶଙ୍କୁ ଗିରଫ କରାଯାଇଥିଲା। ମହେଶ ଗିରଫ ହେବାପରେ ତାଙ୍ତକ ଦ୍ୱାରା ମିଥ୍ୟା ତଥ୍ୟ ଉପସ୍ଥାପନ କରି ଠକେଇର ଶିକାର ହୋଇଥିବା ଅନ୍ୟ ଜଣେ ମହିଳାମାନେ ମଧ୍ୟ ପୁଲିସର ଦ୍ୱାରସ୍ଥ ହୋଇଥିଲେ।
ତାଙ୍କୁ ଠାବ କରିବା ପାଇଁ ସିଟି ପୁଲିସ ଏକ ଟିମ୍ ଗଠନ କରି ତୁମକୁରୁ ଉଠାଇ ନେଇଥିଲା। ପୁଲିସ ରିପୋର୍ଟ ଅନୁଯାୟୀ, ମହେଶ ମହିଳାମାନଙ୍କୁ ଆକୃଷ୍ଟ କରିବା ପାଇଁ ଏକ ଅନଲାଇନ ସାଇଟରେ ନକଲି ବୈବାହିକ ପ୍ରୋଫାଇଲ ତିଆରି କରିଥିଲେ ଏବଂ ମହିଳାମାନଙ୍କୁ ଆକୃଷ୍ଟ କରିବା ପାଇଁ ଅଧିକାଂଶ ସମୟରେ ନିଜକୁ ଜଣେ ଇଞ୍ଜିନିୟର କିମ୍ବା ଡାକ୍ତର ଭାବରେ ପରିଚୟ ଦେଉଥିଲେ।
ଯେତେବେଳେ ସେ ନିଜକୁ ଡାକ୍ତର ପରିଚୟ ଦେଇଥିଲେ, ମହେଶ ତୁମକୁରୁରେ ଏକ ନକଲି କ୍ଲିନିକ୍ ଖୋଲିଥିଲେ ଏବଂ ତାଙ୍କ ଦାବିକୁ ସମର୍ଥନ କରିବା ପାଇଁ ଜଣେ ନର୍ସଙ୍କୁ ମଧ୍ୟ ନିଯୁକ୍ତ କରିଥିଲେ। ଅନେକ ମହିଳା ତାଙ୍କ ଜାଲରେ ଫସିଯାଇଥିବା ବେଳେ ତାଙ୍କ ଖରାପ ଇଂରାଜୀ ତାଙ୍କୁ ଧରା ପକାଇ ଦେଇଥିଲା। ଅନେକ ମହିଳା ମହେଶଙ୍କ ବିବାହ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ ଯେତେବେଳେ ସେମାନେ ମହେଶଙ୍କୁ ଇଂରାଜୀ କହୁଥିବା ଶୁଣିଥିଲେ କାରଣ ତାଙ୍କର ଖରାପ ଭାଷା ଦକ୍ଷତା ତାଙ୍କ ଅନେକ ସମ୍ଭାବ୍ୟ ପୀଡିତଙ୍କ ପାଇଁ ଲାଲ ପତାକା ଭଳି କାମ କରିଥିଲା।
ତଥାପି ପୁଲିସ ସୂଚନା ଅନୁଯାୟୀ, ମହେଶ ୧୫ ଜଣ ମହିଳାଙ୍କୁ ବିବାହ କରିଥିଲେ ଏବଂ ସେମାନଙ୍କ ସହିତ ତାଙ୍କର ୪ଟି ସନ୍ତାନ ମଧ୍ୟ ଥିଲେ। ସେ ତାଙ୍କ ପତ୍ନୀମାନଙ୍କୁ ଖୁବ୍ କମ୍ ଭେଟୁଥିଲେ ଏବଂ ସେ ବିବାହ କରିଥିବା ଅଧିକାଂଶ ମହିଳା ସୁଶିକ୍ଷିତା ଓ ବୃତ୍ତିଜୀବୀ ଥିଲେ।