ଦୈନିକ କରୋନା ସଂକ୍ରମଣରେ ଦିଲ୍ଲୀକୁ କାଟିଲା ବେଙ୍ଗାଲୁର

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହର ଚାଲିଥିବା ବେଳେ ତୃତୀୟ ଲହର ନେଇ ଚେତାବନୀ ଦେଇ ସାରିଲେଣି କେନ୍ଦ୍ର ସରକାର । ସରକାରଙ୍କ ପ୍ରିନ୍ସପାଲ ସାଇଣ୍ଟିଫିକ ଉପଦେଷ୍ଟା ବିଜୟ ରାଘବନଙ୍କ କହିବା ମୁତାବକ କରୋନାର ତୃତୀୟ ଲହର ନିଶ୍ଚିନ୍ତ ଓ ଶୀଘ୍ର ଆସିବ । ଏହାରି ଭିତରେ ଦକ୍ଷିଣ ଭାରତରେ ପୁଣିଥରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢିଚାଲିଛି ।

ଗତ ୨୪ ଘଂଟା ମଧ୍ୟରେ ଦକ୍ଷୀଣ ଭାରତର କେବଳ ୪ ଟି ରାଜ୍ୟରେ ୧.୩୭,୫୭୯ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ୫୬୫ ଜଣ ଲୋକଙ୍କର ଜୀବନ ଯାଇଛି । ଏହାରି ମଧ୍ୟରୁ କେବଳ କର୍ଣ୍ଣାଟକରେ ଗୋଟିଏ ଦିନରେ ୫୦ ହଜାରରୁ ଉର୍ଦ୍ଧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦିଲ୍ଲୀ ଭଳି ବେଙ୍ଗାଲୁରରେ ବି କରୋନାର ବିସ୍ଫୋଟକ ସ୍ଥିତି ଦେଖିବାକୁ ମିିଳିଛି । ଗତ ୨୪ ଘଂଟାରେ କେବଳ ବେଙ୍ଗାଲୁର ସହରରେ ୨୩ ହଜାର ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ ଏତେ ମାତ୍ରାରେ ସଂକ୍ରମିତ ଚିହ୍ନଟ ହୋଇଥିବା ସହର ମଧ୍ୟରେ ବେଙ୍ଗାଲୁର ପ୍ରଥମ ସ୍ଥାନରେ ପହଂଚିଯାଇଛି  । ଏହାସହ କର୍ଣ୍ଣାଟକ ହୁବଲୀଠାରେ ଏକ ମେଡିକାଲରେ ଅକ୍ସିଜେନ ଅଭାବରୁ ୫ ଜଣ ସଂକ୍ରମିତଙ୍କର ମୃତ୍ୟୁ ହୋଇଛି ।

ସେହିଭଳି ଯଦି ଦିଲ୍ଲୀ କଥା କୁହାଯିବ ତେବେ କିଛିଦିନ ହେବ ସେଠାରେ ଦୈନିକ ସଂକ୍ରମଣ ୨୦ ହଜାର ଭିତରେ ରହୁଛି । ହେଲେ ସବୁଠାରୁ ବଡ଼ କଥା କରୋନା ସଂକ୍ରମଣଠାରୁ ମେଡିକାଲରେ ବେଡ, ମେଡିସିନ ଓ ଅକ୍ସିଜେନର ଅଭାବ ଏବେ ଲୋକଙ୍କ ମନରେ ଭୟ ସୃଷ୍ଟି କରୁଛି ।

ସମ୍ବନ୍ଧିତ ଖବର