ବେଙ୍ଗାଲୁର: ବେଙ୍ଗାଳୁରୁରେ କରୋନା ସ୍ଥିତି ଗମ୍ଭୀର ହେବାରେ ଲାଗିଛି । କରୋନା ଟେଷ୍ଟ କରୁଥିବା ପ୍ରତି ଦୁଇ ଜଣରେ ଜଣେ କରୋନା ପଜିଟିଭ ବାହାରୁଛନ୍ତି । ସହରରେ ପଜିଟିଭ ହାର ବର୍ତ୍ତମାନ ସୁଦ୍ଧା ୫୫ ପ୍ରତିଶତରେ ପହଞ୍ଚିଛି । ସେହିପରି ସକ୍ରିୟ ବ୍ୟକ୍ତିଙ୍କ ସଂଖ୍ୟା ୩ ଲକ୍ଷ ପାର ହୋଇ ସାରିଛି । ତେବେ ଏତେ ଦ୍ରୁତ ଗତିରେ କରୋନା ସଂକ୍ରମଣ ବଢିବା ବର୍ତ୍ତମାନ କର୍ଣ୍ଣାଟକ ସରକାରଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି ।
ମଙ୍ଗଳବାର ବେଙ୍ଗାଳୁରୁରେ ୨୦, ୮୭୦ କରୋନା ସଂକ୍ରମଣର ନୂଆ ମାମଲା ସାମ୍ନାକୁ ଆସିଥିଲା । ୧୩୨ ଜଣଙ୍କର ମୃତ୍ୟୁ ହୋଇଥିଲା । ସେହିପରି ଆଜି ୪୪, ୬୩୨ ମାମଲା ସାମ୍ନାକୁ ଆସିଥିବା ବେଳେ ୨୯୨ ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ କେଉଁଠି ଶଯ୍ୟା ଯୋଗୁ ତ କେଉଁଠି ଅକ୍ସିଜେନ ଯୋଗୁ ପ୍ରତିଦିନ ଲୋକମାନଙ୍କର ମୃତ୍ୟୁ ହେଉଛି । ସେପଟେ ରାଜ୍ୟରେ ଟିକାକରଣ ମଧ୍ୟ ୧୦ ହଜାରରୁ କମ ହେବାରେ ଲାଗିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/vbk-bengaluru-corona-grns.jpg)