ବେଙ୍ଗାଲୁରୁ: ଆରସିବି ଦଳାଚକଟା ଘଟଣାରେ ବିଜେପିର ଇସ୍ତଫା ଦାବିକୁ "ସମ୍ପୂର୍ଣ୍ଣ ରାଜନୈତିକ" ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖର୍ଗେ।
ବେଙ୍ଗାଲୁରେ ଆରସିବି କାର୍ଯ୍ୟକ୍ରମରେ ଦଳାଚକଟା ଘଟଣାରେ ଅବହେଳା ଅଭିଯୋଗ କରି ବିଜେପି ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା, ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଏବଂ ଗୃହମନ୍ତ୍ରୀ ଜି ପରମେଶ୍ୱରଙ୍କ ଇସ୍ତଫା ଦାବି କରିଥିଲା। ଯେଉଁ ଦଳାଚକଟାରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିଲା।
ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଏହାର ଜବାବ ଦେଇ କହିଛନ୍ତି, "କୁମ୍ଭମେଳା ସମୟରେ ଦଳାଚକଟା ପାଇଁ କେହି ଇସ୍ତଫା ଦେଇଥିଲେ କି? ଲକ୍ଷ ଲକ୍ଷ ଲୋକ ବୁଡ଼ ପକାଇଥିଲେ ଏବଂ ଆମେ ମୃତଦେହ ଭାସୁଥିବାର ଦେଖିଥିଲୁ। କୋଭିଡ୍ ସମୟରେ ମଧ୍ୟ ଅନେକ ମରିଥିଲେ। ଯୋଗୀ କ'ଣ ଇସ୍ତଫା ଦେଇଥିଲେ? ଯଦି କିଛି ଉଦ୍ଦେଶ୍ୟମୂଳକ ହୋଇଥାନ୍ତା ତେବେ ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତୁ। କିନ୍ତୁ ଏହା ଏକ ଦୁର୍ଘଟଣା। ଆମର ନେତାମାନେ ପୂର୍ବରୁ କ୍ଷମା ମାଗିସାରିଛନ୍ତି।"
ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏକ ଦୁଃଖଦ ଘଟଣା ଉପରେ ରାଜନୀତିକରଣ କରିବା ପାଇଁ ବିଜେପିକୁ ନିନ୍ଦା କରିଛନ୍ତି। "ସେମାନେ ସର୍ବଦା ତଥ୍ୟକୁ ହେରଫେର କରନ୍ତି ଏବଂ ମିଥ୍ୟା ସୂଚନା ଦେଇ ଜନସାଧାରଣଙ୍କୁ ଭ୍ରମିତ କରନ୍ତି। ଇସ୍ତଫା ପାଇଁ ସେମାନଙ୍କର ଦାବିର କୌଣସି ଆଧାର ନାହିଁ," ବୋଲି ସେ କହିଛନ୍ତି। ଖର୍ଗେ ପୂର୍ବ ଅନେକ ଘଟଣା ପ୍ରତି ଇଙ୍ଗିତ କରି ବିଜେପିର ନୀରବତା ଉପରେ ପ୍ରଶ୍ନ ଉଠାଇଛନ୍ତି।