ବେଙ୍ଗାଲୁରୁ: ଧନରେ ମୁଁ ତତେ ଛାଡ଼ି କୁଆଡେ ଯିବିନି... ମୁଁ ତୋରି ସାଙ୍ଗରେ ହିଁ ରହିବି, ତୋରି ପାଖରେ ହିଁ ଶୋଇବି... ମୋ ପୁଅଠଠୁ ମତେ କେହି ବି ଅଲଗା କରିପାରିବେନି... ଦୟାକରି ମୋ ପୁଅ ପାଖରେ ମତେ ରହିବାକୁ ଦିଅ... ରହିବାକୁ ଦିଅ...
ମୃତ ପୁଅର କବର ପାଖରେ ଏମିତି କଇଁ କଇଁ ହୋଇ କାନ୍ଦୁଛନ୍ତି ଜଣେ ଭାଙ୍ଗି ପଡିଥିବା ବାପା । ଯେତେବେଳେ ତାଙ୍କ ଆଖି ଆଗରେ ପୁଅର ଶବ ଉଠିଛି ଆଉ ତାକୁ ସମାଧି ଦିଆଯାଇଛି ସେତେବେଳେ କେଉଁ ବାପା ନିଜକୁ ସମ୍ଭାଳିବ କହିଲେ । ଭାଙ୍ଗି ଯାଇଛି ଧର୍ଯ୍ୟର ପାହାଡ, ଧସି ଯାଇଛି ସବୁ ସାହସ, ଆଖିରୁ ବହି ଯାଉଛି ଧାର ଧାର ଲୁହର ନଈ । ପୁଅର କବର ପାଖରେ ବାପା କାନ୍ଦୁଛନ୍ତି କଇଁ କଇଁ... ବେଙ୍ଗାଲୁରୁ ଦଳାଚକଟା ଘଟଣାର ସାମ୍ନାକୁ ଆସିଛି ହୃଦୟବିଦାରକ ଦୃଶ୍ୟ ଯାହାକୁ ଯିଏ ବି ଦେଖୁଛି ତା ଆଖିରେ ଲୁହ ଆସିଯାଉଛି ।
The greatest pain a father can endure is to cremate his own child, a grief that defies time, reason, and healing.
— THE SKIN DOCTOR (@theskindoctor13) June 7, 2025
Lakshman refuses to leave the grave of his 20 yr old son, Bhumik, who died in the Bengaluru stampede. Buried on a small plot of land in their native village in… pic.twitter.com/qjbBgif6SQ
କର୍ଣ୍ଣାଟକ ହସନ ଜିଲ୍ଲାର ବିଟି ଲକ୍ଷ୍ମଣଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଠି ସେ ନିଜ ପୁଅର ସମାଧି ସ୍ଥଳରେ କାନ୍ଦୁଥିବାର ଦେଖିବାକୁ ମିଳିଛନ୍ତି । ତେବେ ବେଙ୍ଗାଲୁରୁରେ ଆରସିବିର ବିଜୟ ଶୋଭାଯାତ୍ରାରେ ହୋଇଥିବା ଦଳାଚକଟା ଘଟଣାରେ ପ୍ରାଣ ହରାଇଛନ୍ତି ବିଟି ଲକ୍ଷ୍ମଣଙ୍କ ୨୦ ବର୍ଷର ପୁଅ ଭୋମିକ ଲକ୍ଷ୍ମଣ । ଇଞ୍ଜିନିୟରିଂ ପଢୁଥିବା ଭୋମିକ ଦଳାଚକଟା ଘଟଣା ଦିନ କଲେଜ ଯାଇଥିଲେ ହେଲେ ଫେରିବା ବେଳକୁ ତାଙ୍କ ଶବ ଫେରିଥିଲା । ପୁଅର ଏଭଳି ମୃତ୍ୟୁକୁ ସହ୍ୟ କରିପାରିନଥିଲେ ପରିବାର ଲୋକେ ।
ସବୁଠାରୁ ବଡ଼ କଥା ହେଉଛି ପୁଅ ଭୋମିକକୁ ଯେଉଁ ଜମିରେ ବାପା ସମାଧି ଦେଇଛନ୍ତି ସେହି ଜମିକୁ ସେ ପୁଅ ପାଇଁ କିଣିଥିଲେ । ଆଉ ଆଜି ଯେତେବେଳେ ପୁଅର ମୃତ୍ୟୁ ହୋଇଛି ସେତେବେଳେ ତାକୁ ସେଠାରେ ହିଁ ସମାଧି ଦେଇଛନ୍ତି ବାପା । ଆଉ କହିଛନ୍ତି- ଏଭଳି ଘଟଣା କେଉଁ ବାପା ସହ ନହେଉ...