ବେଙ୍ଗାଲୁରୁ: କର୍ଣ୍ଣାଟକ ହାଇକୋର୍ଟ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଦଳାଚକଟା ମାମଲାର ଶୁଣାଣି କରିଛନ୍ତି ଅଦାଲତ। ଶୁଣାଣି କରିବା ସହିତ କୋର୍ଟ ସୁରକ୍ଷା ତ୍ରୁଟି ସମ୍ପର୍କରେ ସରକାରୀ ରିପୋର୍ଟ ମାଗିଛନ୍ତି। ଆଇପିଏଲ ବିଜୟ ପରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ପାଇଁ ଆୟୋଜନ କରାଯାଇଥିବା ବିଜୟ ଉତ୍ସବରେ ଦଳାଚକଟା ହେବା ଫଳରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୪୭ ଜଣ ଆହତ ହୋଇଥିଲେ।
ହଜାର ହଜାର ଲୋକ ଖୁସି ମନାଇବା ପାଇଁ ଏକାଠି ହେବା ପରେ ପରିସ୍ଥିତି ଦୁଃଖଦ ହୋଇଗଲା। ତେବେ ଏହାକୁ ନେଇ କୋର୍ଟ ଏକ ମାରାତ୍ମକ କଥା କହିଛନ୍ତି। ଷ୍ଟାଡିୟମରେ କେବଳ ୩୫,୦୦୦ ଲୋକ ବସିବା ପାଇଁ କ୍ଷମତା ରହିଥିବା ବେଳେ ସେଠି ୨.୫ ଲକ୍ଷ ଲୋକ ଭିଡ଼ ଜମାଇଥିଲେ। ଯାହାଫଳରେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ପଳାଇଥିଲା।
୨ ଲକ୍ଷରୁ ଅଧିକ ଆରସିବି ପ୍ରଶଂସକ ଉପସ୍ଥିତ ରହି ସେ ସ୍ଥାନରେ ଭିଡ଼ ଜମାଇଥିଲେ। ଖେଳାଳିମାନଙ୍କୁ ଭିତରେ ସମ୍ମାନିତ କରାଯାଉଥିବା ବେଳେ ବାହାର ରାସ୍ତା ଅନିୟନ୍ତ୍ରିତ ହୋଇଗଲା, ଯାହା ଫଳରେ ଦଳାଚକଟା ହୋଇଥିଲା।
ଆରସିବି ଆଇପିଏଲରେ ଚାମ୍ପିଅନ ହେବାପରେ ଗତ ବୁଧବାର ଟ୍ରଫି ନେଇ ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ପହଞ୍ଚିଥିଲା। ଏହି ସମୟରେ ବିରାଟଙ୍କୁ ଦେଖିବା ପାଇଁ ଦଳେ ଯୁବତୀ ହଠାତ୍ ମାଡି ଯାଇଥିଲେ ।
ସେମାନଙ୍କୁ ଦେଖି ଅନ୍ୟମାନେ ବି ଧାଇଁବାକୁ ଲାଗିଲେ । ହଠାତ୍ ୩ ଜଣ ଯୁବତୀ ତଳେ ପଡିଯିବା ପରେ ଭିଡର ଲହଡି ପୂରା ସ୍ଥିତିକୁ ଅଣାୟତ୍ତ କରିଥିଲା ଯାହା ନିୟନ୍ତ୍ରଣ ବାହାରେ ଥିଲା ।
ବେଙ୍ଗାଲୁରୁରେ ହୋଇଥିବା ଏହି ଦଳଚକଡ଼ା ଘଟଣାକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି କି, ବେଙ୍ଗାଲୁରୁ ପୁଲିସ ଆଇପିଏଲରେ ଆରସିବି ଚାମ୍ପିୟନ ହେବାର ବିଜୟ ଉତ୍ସବ ପାଳନକୁ ଆଗାମୀ ରବିବାରୁ କରିବାର ପ୍ରସ୍ତାବ ଦେଇଥିଲା। କାରଣ ଏହି ଦିନ କୌଣସି କାମର ଦିବସ ନଥାଏ। ଯେଉଁ କାରଣରୁ ଟ୍ରାଫିକ ସମସ୍ୟା କମ ଦେଖିବାକୁ ମିଳିଥାଏ। ଏଥିସହିତ ସୁରକ୍ଷା ଓ ବ୍ୟାରିକେଡ ବ୍ୟବସ୍ଥା କରିବା ପାଇଁ ଅଧିକ ସମୟ ହାତରେ ଥାଆନ୍ତା।
ପୁଲିସର ଏ ପ୍ରସ୍ତାବକୁ ଅଣଦେଖା କରି କର୍ଣ୍ଣାଟକ ସରକାର ଆଇପିଏଲ ଫାଇନାଲ ମ୍ୟାଚର ଆଗାମୀ ଦିନ ଅର୍ଥାତ ବୁଧବାର ସମାରୋହ ଆୟୋଜନ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/06/05/G9aixksRYJYN4scVJUBH.jpg)