ମହିଳା ଆଇଏଏସ୍‌ ଅଧିକାରୀ ଭଲଭୋ ବସ୍‌ ଚଲାଇ ସମସ୍ତ କର୍ମଚାରୀଙ୍କୁ ଚକିତ କଲେ

ବେଙ୍ଗାଲୁରୁ: ବେଙ୍ଗାଲୁରୁ ମେଟ୍ରୋପଲିଟାନ୍‌ ଟ୍ରାନ୍ସପୋର୍ଟ କର୍ପୋରେସନ୍‌ (ବିଏମ୍‌ଟିସି)ର ପରିଚାଳନା ନିର୍ଦ୍ଦେଶିକା ତଥା ମହିଳା ଆଇଏଏସ୍‌ ଅଧିକାରୀ ଏକ ଭଲଭୋ ବସ୍‌ ଚଳାଇ ସମସ୍ତ କର୍ମଚାରୀଙ୍କୁ ଚକିତ କରି ଦେଇଛନ୍ତି। ବସ୍‌ ଚଳାଉଥିବାର ଆଇଏଏସ୍‌ ଅଧିକାରୀଙ୍କ ଫଟୋ ଓ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆ ବ୍ୟବହାରକାରୀ ବି ମହିଳା ଆଇଏଏସ୍‌ ଅଧିକାରୀଙ୍କ ବସ୍‌ ଚାଳନାକୁ ଦେଖି ଖୁବ୍‌ ପ୍ରଶଂସା କରୁଛନ୍ତି।

Image result for bengaluru-woman-ias-drives-volvo-bus
Times of India

କୌଣସି ମହିଳା ଆଇଏଏସ୍‌ ଅଧିକାରୀ ବସ୍‌ ଚଳାଇ ଏହାର ଅବସ୍ଥା ନିରୀକ୍ଷଣ କରିବା ଘଟଣା ପ୍ରଥମ ବୋଲି କୁହାଯାଉଛି । କର୍ପୋରେସନ୍‌ ଅଧିକାରୀଙ୍କ ସହିତ ମହିଳା ଆଇଏଏସ୍‌ ଅଧିକାରୀ ସି.ଶିଖା ବସ୍‌ ପରୀକ୍ଷଣ କରିବା ପାଇଁ ବାହାରି ହୋସ୍‌କୋଟେସ୍ଥିତ ଟେଷ୍ଟ ଟ୍ରାକ୍‌ର ନିଜେ ଭଲଭୋ ବସ୍‌ ଚଳାଇ ଦେଖିଥିଲେ।

ପ୍ରଥମେ କର୍ମଚାରୀ ମହିଳା ଅଧିକାରୀଙ୍କ ବସ୍‌ ଚଲାକୁ ଦେଖି ଭୟଭୀତ ହୋଇଯାଇଥିଲେ। କିନ୍ତୁ ସେମାନେ ଯେତେବେଳେ ମହିଳା ଅଧିକାରୀ ଶିଖାଙ୍କୁ ଜଣେ ପ୍ରଶିକ୍ଷଣପ୍ରାପ୍ତ ବସ୍‌ ଚାଳକ ଭଳି ଭଲଭୋ ବସ୍‌କୁ ଚଲାଉ ଥିବା ଦେଖି ଥିଲେ ସେତେବେଳେ  କରତାଳି ଦେଇ ତାଙ୍କୁ ଉତ୍ସାହିତ କରିଥିଲେ।

Image result for bengaluru-woman-ias-drives-volvo-bus
IBTimes India

ସି ଶିଖା ୨୦୦୪ ବ୍ୟାଚର ଆଇଏଏସ୍‌ ଅଧିକାରୀ । ୨୦୧୯ ସେପ୍ଟେମ୍ବରରେ ବିଏମଟିସିର ଏମଡି ଭାବେ ସେ ନିୟୋଜିତ ହୋଇଥିଲେ। ସହରରେ ଦୁର୍ଘଟଣାର ଅନେକ ଘଟଣା ସାମ୍ନାକୁ ଆସୁଛି। ଏହାକୁ ଦୃଷ୍ଟିରେ ରଖି ମହିଳା ଅଧିକାରୀ ନିଜେ ବସ ଚଲାଇ ଏହାକୁ ପରୀକ୍ଷା କରିବାର ନିର୍ଣ୍ଣୟ ନେଇଥିଲେ।

ବିଏମଟିସିର ଜଣେ ଅଧିକାରୀଙ୍କ କହିବାନୁସାରେ, ମହିଳା ଆଇଏଏସ୍‌ ଅଧିକାରୀ ଟେଷ୍ଟ ହୋସକୋଟେ ସ୍ଥିତ ଭଲଭୋ କମ୍ପାନିର ମେନ୍ୟୁଫେକ୍‌ଚରିଂ ପ୍ଲାଣ୍ଟ ଭିତରେ ବସ୍‌ ଚଲାଇଥିଲେ। ଯେଉଁଠାରେ ବସ୍‌ ଚାଳନା ପରୀକ୍ଷା ପାଇଁ ସ୍ୱତନ୍ତ୍ର ଟ୍ରାକ୍‌ ତିଆରି ହୋଇଥିଲା।

ସମ୍ବନ୍ଧିତ ଖବର