ନୂଆଦିଲ୍ଲୀ: ସ୍ବାମୀ ବିଲେଇକୁ ଅଧିକ ଭଲ ପାଉଥିବାରୁ କର୍ଣ୍ଣାଟକ ହାଇକୋର୍ଟରେ ସ୍ତ୍ରୀ ମାମଲା ରୁଜୁ କରିଥିବାର ଏକ ଘଟଣା ସାମ୍ନାକୁ ଆସିଛି।
ବେଙ୍ଗାଲୁରୁରେ ବସବାସ କରୁଥିବା ମହିଳା ସ୍ବାମୀଙ୍କ ବିରୋଧରେ ଅଭିଯୋଗ ଆଣି କହିଛନ୍ତି, ‘ମୋ ସ୍ବାମୀ ଏକ ବିଲେଇ ପୋଷିଛନ୍ତି। ସେ ମୋ ଅପେକ୍ଷା ଅଧିକମାତ୍ରାରେ ବିଲେଇକୁ ଭଲ ପାଆନ୍ତି, ଯତ୍ନ କରନ୍ତି ସ୍ନେହ ବି କରନ୍ତି। ସମୟସମୟରେ ତାକୁ ବାହାରକୁ ବୁଲେଇବାକୁ ନିଅନ୍ତି। କିନ୍ତୁ ମୋ ପ୍ରତି ସ୍ବାମୀ ସେତିକି ଟାଇମ ଦିଅନ୍ତି ନାହିଁ।
ଯେଉଁ କାରଣରୁ ଘରେ ସର୍ବଦା କଳିଝଗଡ଼ା ଲାଗି ରହିଥାଏ। ଏମିତି କି ଉକ୍ତ ବିଲେଇ ମୋ ଉପରକୁ ଅନେକ ସମୟରେ ଆକ୍ରମଣ କରି ଆଘାତ ପହଞ୍ଚାଇଛି। ମୁଁ ଏସବୁ ସ୍ବାମୀଙ୍କୁ ଜଣାଇବାରୁ ସେ ଅଣଦେଖା କରି କହନ୍ତି ମେଡିସିନ ଖାଇଲେ ଇନଜେକସନ ନେଇଗଲେ ଠିକ ହୋଇଯିବ।’