ଯେଉଁଠି ବଡ଼ ବଡ଼ ଜାହାଜ ହଜିଯାଏ, ସେଠାରୁ ଜୀବିତ ଫେରିଲେ ମାଛ ଧରାଳୀ! ୧୧ଦିନ ଧରି ଏଭଳି କଟାଇଥିଲେ ଜୀବନ

ନୂଆଦିଲ୍ଲୀ : ପ୍ରାୟ ସମସ୍ତଙ୍କୁ ବରମୁଡ଼ା ଟ୍ରାଏଙ୍ଗଲର ରହସ୍ୟ ବିଷୟରେ ଜଣାଥିବ । ପୂର୍ବରୁ ଏହି ସ୍ଥାନରେ ବଡ଼ ବଡ଼ ଜାହାଜ ହଠାତ୍‌ ନିଖୋଜ ହୋଇ ଯିବା ସହ କେତେ ବେଳେ ଉପରେ ଯାଉଥିବା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହାର ରହସ୍ୟ ଉପରୁ ଆଜି ପର୍ଯ୍ୟନ୍ତ ପରଦା ଉଠି ପାରି ନାହିଁ । କିନ୍ତୁ ଏଭଳି ରହସ୍ୟମୟ ଏବଂ ବିପଦଜ୍ଜନକ ଜାଗାରୁ ଜଣେ ମାଛ ଧରାଳୀ ନିଜ ଡ଼ଙ୍ଗା ସହ ଜୀବିତ ଫେରି ଆସିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଚୀନର ମାଛଧରାଳୀ ନିୟାନ ସିନ୍ଧୁଆ ୧୧ଦିନ ଧରି ବରମୁଡ଼ା ଟ୍ରାଏଙ୍ଗଲରେ ଫସି ରହିଥିଲେ ମଧ୍ୟ ୧୧ଦିନ ପରେ ସେ ନିଜ ଘରକୁ ଜୀବିତ ଫେରିଛନ୍ତି, ଯାହାକୁ ସହଜରେ ଲୋକେ ହଜମ କରି ପାରୁ ନାହାନ୍ତି ।

Daily Express

ସୂଚନା ମୁତାବକ, ନିୟାନଙ୍କ ଡ଼ଙ୍ଗାରୁ ପେଟ୍ରୋଲ ସରିଯିବା ହେତୁ ମେ’୧୦ ତାରିଖରୁ ବରମୁଡ଼ା ଟ୍ରାଏଙ୍ଗଲରେ ଫସି ରହିଥିଲେ । ଭୋକ ଲାଗୁଥିଲା ବେଳେ  ମାଛର ଦାନା ଖାଇବା ସହ ଶୋଷ ଲାଗୁଥିଲେ ନିଜର ପରିଶ୍ରା ପିଇ ନିଜକୁ ବଞ୍ଚାଇ ରଖିଥିଲେ ନିୟାନ । ୧୧ଦିନ ଏଭଳି ରହିବା ପରେ ମେ’ ୨୧ରେ ଏକ କାର୍ଗୋ ଜାହାଜ ନିୟାନକୁ ଉଦ୍ଧାର କରିଥିଲା । ଶେଷରେ ସେ ଜୀବିତ ଫେରିଥିଲେ । ତେବେ ଯେଉଁ ସ୍ଥାନରେ ବଡ଼ ବଡ଼ ଜାହାଜ ଉଭାନ ହୋଇ ଯାଏ, ସେଠାରେ ନିୟାନଙ୍କ ଏକ ଛୋଟ ଡ଼ଙ୍ଗା କେମିତି ବର୍ତ୍ତିଗଲା, ତାହାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ସୃଷ୍ଟି ହୋଇଛି ।

ସମ୍ବନ୍ଧିତ ଖବର