ନୂଆଦିଲ୍ଲୀ: ଗାଁର ସୁନ୍ଦରତା ଓ ଅନୁଭୂତି, ଯିଏ ରହିଛି ସିଏ ଜାଣିଛି | ପ୍ରତ୍ୟେକଙ୍କୁ ନିଜ ଗାଁ ସବୁଠାରୁ ସୁନ୍ଦର ଲାଗେ | ତେବେ ଭାରତର ସବୁଠାରୁ ସୁନ୍ଦର ଗାଁ ବାବଦରେ ଆପଣ ଜାଣିଛନ୍ତି କି ? ଆଜି ଆମେ ଆପଣଙ୍କୁ ଭାରତର ତିନିଟି ସୁନ୍ଦର ଗାଁ ବାବଦରେ କହିବୁ ଯାହାକି ଅନ୍ତର୍ଜାତୀୟ ପୁରସ୍କାର ପାଇଁ ମନୋନୀତ ହୋଇଛି | ବାସ୍ତବରେ ୟୁନାଇଟେଡ଼ ନେସନସ ୱାର୍ଲଡ ଟୁରିଜିମ ଅର୍ଗାଇନାଇଜେସନ ଆୱାର୍ଡରେ ଭାରତର ତିନିଟି ଗାଁକୁ ନୋମିନେଟ କରାଯାଇଛି |

Advertisment

ଏହି ତିନିଟି ଗାଁକୁ ବିଦେଶୀ ପର୍ଯ୍ୟଟକ ବୁଲିବାକୁ ଯାଇପାରିବେ ଓ ପର୍ଯ୍ୟଟନର ମଜା ନେଇପାରିବେ ବୋଲି କୁହାଯାଇଛି | ଏହି ତିନିଟି ଗାଁର ନାମ ହେଉଛି ପୋଚମ୍ପଲଲି(ତେଲେଙ୍ଗାନା), କୋଙ୍ଗଥଙ୍ଗ(ମେଘାଳୟ) ଓ ଲାଧପୁରା(ମଧ୍ୟପ୍ରଦେଶ) | ମଧ୍ୟପ୍ରଦେଶର ଲାଧପୁରାକୁ ଚୟନ କରାଯିବା ପରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଟ୍ୱିଟରରେ ଲେଖିଛନ୍ତି ଯେ ଏହା ଆମ ପାଇଁ ଗର୍ବର ବିଷୟ।


ସେହିପରି ମେଘାଳୟ ମୁଖ୍ୟମନ୍ତ୍ରୀ କୋନରାଡ଼ ସାଙ୍ଗମା ଟ୍ୱିଟ କରି ଲେଖିଛନ୍ତି ଯେ ମେଘାଳୟର କୋଙ୍ଗଥଙ୍ଗ ଗାଁ ୟୁଏନଡବ୍ଲ୍ୟୁଟିଓ(ୟୁନାଇଟେଡ଼ ନେସନସ ୱାର୍ଲଡ ଟୁରିଜିମ ଅର୍ଗାଇନାଇଜେସନ)ର ତାଲିକାରେ ସାମିଲ ହୋଇଛି, ଯାହାକୁ ନେଇ ରାଜ୍ୟବାସୀ ଖୁସି ଅଛନ୍ତି |