ନୂଆଦିଲ୍ଲୀ: ଦେଶର ୭୨ ମହିଳାଙ୍କୁ ‘ଶ୍ରେଷ୍ଠ ମହିଳା ଭାକ୍ସିନେଟର’ ଭାବେ ସମ୍ମାନିତ କରାଯାଇଛି। ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଆଜି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଏମାନଙ୍କୁ ସମ୍ମାନିତ କରିଛନ୍ତି। ଏଥିରେ ଓଡ଼ିଶାର ଦୁଇଜଣ ମହିଳା ସ୍ବାସ୍ଥ୍ୟ କର୍ମୀ ସାମିଲ ଅଛନ୍ତି। ସେମାନେ ହେଲେ, ସାମୁନୀ ନାୟକ ଓ ମଧୁସ୍ମିତା ଜେନା। କୋଭିଡ-୧୯ ଟିକାକରଣରେ ସର୍ବୋତ୍ତମ ପ୍ରଦର୍ଶନ ସହ ଅଧିକ ଟିକା ଦେଇଥିବାରୁ ଏମାନଙ୍କୁ ପୁରସ୍କୃତ କରାଯାଇଛି। ମହିଳା ସ୍ବାସ୍ଥ୍ୟକର୍ମୀଙ୍କ ଏହି ସଫଳତାକୁ ନେଇ ପୁରସ୍କାର ପ୍ରଦାନ ଅବସରରେ ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଶ୍ରୀ ମାଣ୍ଡଭିୟ ମହିଳା ସ୍ବାସ୍ଥ୍ୟକର୍ମୀମାନଙ୍କ ଏହି ମହତ୍ବପୂର୍ଣ୍ଣ ଭୂମିକାକୁ ପ୍ରଶଂସା କରିଛନ୍ତି।
ଓଡ଼ିଶାର ୨ ମହିଳାଙ୍କୁ ଶ୍ରେଷ୍ଠ ‘ଭାକ୍ସିନେଟର ପୁରସ୍କାର’
/sambad/media/post_attachments/wp-content/uploads/2022/03/s65f46fh465fhs465fhs.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)