ମୁମ୍ବାଇ: ହାଇଦ୍ରାବାଦ, ଉନ୍ନାଓ କିମ୍ବା ମହିଳାଙ୍କ ସହିତ ପୂର୍ବରୁ ହୋଇଥିବା ଦୁଷ୍କର୍ମ ଘଟଣାକୁ ନେଇ ପୂରା ଦେଶ ତାତି ଉଠିଛି। ଦେଶରେ ମହିଳାଙ୍କ ସୁରକ୍ଷାକୁ ନେଇ ଲୋକମାନେ ରାସ୍ତାକୁ ଓହ୍ଲାଇ ସରକାରଙ୍କୁ ଏହାର ଉତ୍ତର ମାଗିଛନ୍ତି। ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଶୁଣିବାକୁ ମିଳୁଛି।
ଦେଶରେ ଦିନକୁ ଦିନକୁ ବଢ଼ୁଥିବା ଦୁଷ୍କର୍ମ ଘଟଣାକୁ ନେଇ ଅନେକ ଅଭିନେତା/ ଅଭିନେତ୍ରୀ ମୁହିଁ ଖୋଲି ଥିବା ବେଳେ ନିକଟରେ ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଇନ୍ଷ୍ଟାଗ୍ରାମ୍ରେ ନିଜର ଅସନ୍ତୋଷ ବ୍ୟକ୍ତ କରି ନାରୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ କରିଛନ୍ତି।
/sambad/media/post_attachments/wp-content/uploads/2019/12/images-14.jpg)
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବେଟି ବଚାଓ ଅଭିଯାନକୁ ନେଇ ସେ କହିଛନ୍ତି ଏହା ଖାଲି ଅଭିଯାନରେ ସିମିତ ନ ରହି କାର୍ଯ୍ୟକାରୀ ହେବା ଉଚିତ। ଦିନକୁ ଦିନ ଏଭଳି ଅପରାଧ ବଢି ଚାଲିଛି। ଅପରାଧ ଘଟାଇ ଅପରାଧୀମାନେ ବିନା ଦ୍ୱିଧାରେ ବାହାରେ ବୁଲିଛନ୍ତି। ଏମାନଙ୍କ ପ୍ରତି ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଶିଳ୍ପା ସେଟ୍ଟୀ ନିଜ ଇନ୍ଷ୍ଟାଗ୍ରାମ୍ରେ ଉଲ୍ଲେଖ କରିଛନ୍ତି।