୨୦୧୬-୨୦୨୦ ମଧ୍ୟରେ ୩୪୦୦ ସାମ୍ପ୍ରଦାୟିକ ଦଙ୍ଗା ହୋଇଛି

ନୂଆଦିଲ୍ଲୀ: ୨୦୧୬-୨୦୨୦ ମଧ୍ୟରେ ଦେଶରେ ୩,୩୦୦ ସାମ୍ପ୍ରଦାୟିକ ଦଙ୍ଗା ହୋଇଛି। କେନ୍ଦ୍ର ସରକାର ଆଜି ସଂସଦରେ ଏହି ସୂଚନା ପ୍ରଦାନ କରିଛନ୍ତି। କଂଗ୍ରେସ ସାଂସଦ ଶଶି ଥରୁର ଏବଂ ବିଜେପି ସାଂସଦ ଚନ୍ଦ୍ର ପ୍ରକାଶ ଯୋଶୀଙ୍କ ଦ୍ବାରା କରାଯାଇଥିବା ଏକ ପ୍ରଶ୍ନର ଉତ୍ତର ରଖି କେନ୍ଦ୍ର ଗୃହ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଆଜି ଏହି ସୂଚନା ଦେଇଛନ୍ତି। ଏନ୍‌ସିଆର୍‌ବି ରିପୋର୍ଟ ଦର୍ଶାଇ ରାୟ କହିଛନ୍ତି, ୨୦୨୦ରେ ୮୫୭ ସାମ୍ପ୍ରଦାୟିକ ଦଙ୍ଗା ହୋଇଥିବାବେଳେ ୨୦୧୯ରେ ୪୩୮, ୨୦୧୮ରେ ୫୧୨, ୨୦୧୭ରେ ୭୨୩ ଏବଂ ୨୦୧୬ରେ ୮୬୯ ସାମ୍ପ୍ରଦାୟିକ ଦଙ୍ଗା ହୋଇଛି। ଏଥିସହ ୨୦୨୦ରେ ମୋଟ ୫୧,୬୦୬ ଦଙ୍ଗା ମାମଲା ଥିବାବେଳେ ୨୦୧୯ରେ ୪୫,୯୮୫, ୨୦୧୮ରେ ୫୭,୮୨୮, ୨୦୧୭ରେ ୫୮,୮୮୦, ୨୦୧୬ରେ ୬୧,୯୭୪ ଦଙ୍ଗା ମାମଲା ରହିଛି।
ମୋଦୀଙ୍କୁ ଚିଠି ଲେଖିଲେ କେସି

ସମ୍ବନ୍ଧିତ ଖବର