ଧୋକେବାଜ ଚା: ପ୍ରେମିକା ଧୋକା ଦେବା ପରେ ଚା ଦୋକାନ ଖୋଲିଛନ୍ତି ଯୁବକ

ରୋହତାସ୍: ହୃଦୟ ଦେଇ ଭଲ ପାଉଥିଲେ | ହେଲେ ଯେବେ ପ୍ରେମିକା ଧୋକା ଦେଲା, ସେବେ ନା ପ୍ରତିଶୋଧ ନେଲେ, ନା ପ୍ରେମିକାଙ୍କୁ ବଦନାମ କଲେ | ପ୍ରେମିକାଙ୍କ ସହ ବିତାଇଥିବା ସବୁ ମିଠା ମୁହୂର୍ତ୍ତକୁ ନିଜ ଛାତି ତଳେ ଚାପି ରଖି ଖୋଲିଲେ ଚା ଦୋକାନ | ତେବେ ଏହି ଚା ଦୋକାନ ଏମିତି ସେମିତି ନୁହେଁ | ବରଂ ପ୍ରେମିକ-ପ୍ରେମିକାଙ୍କ ପାଇଁ ଏହି ଚା ଦୋକାନର ଅଛି ସ୍ୱତନ୍ତ୍ର ମୂଲ୍ୟ | ଅନ୍ୟମାନଙ୍କ ପାଇଁ ଯେତିକି ଚା’ର ମୂଲ୍ୟ ସିଏ ନେଇଥାନ୍ତି, ଲଭବାର୍ଡସଙ୍କ ପାଇଁ ସେତିକି ନେଇନଥାନ୍ତି | ଆଜି ଆମେ ଆପଣଙ୍କୁ ବିହାରର ରୋହତାସ ଅଞ୍ଚଳର ଏମିତି ଜଣେ ଚା ଦୋକାନୀଙ୍କ ବାବଦରେ କହିବୁ ଯାହାଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା | ଚା ’ଦୋକାନ କରିଥିବା ଯୁବକଙ୍କ ନାମ ହେଉଛି ଶ୍ରୀକାନ୍ତ। ପ୍ରେମରେ ଧୋକା ମିଳିବା ପରେ ସେ ଏହି ଚା ଦୋକାନ କରିଛନ୍ତି |

ନିଜ ଚା ଦୋକାନର ନାମ ‘ବେୱଫା ଟି ଷ୍ଟଲ’ ବା ‘ଧୋକେବାଜ ଚା ଦୋକାନ’ ବୋଲି ରଖିଛନ୍ତି |ଏଠାରେ ପ୍ରେମରେ ଧୋକା ପାଇଥିବା ଲୋକଙ୍କ ପାଇଁ ଏକ କପ୍ ଚା’ର ମୂଲ୍ୟ ୧୦ ଟଙ୍କା ଥିବାବେଳେ ପ୍ରେମୀଯୁଗଳଙ୍କ ପାଇଁ ଦୁଇ କପ ଚା’ର ମୂଲ୍ୟ ହେଉଛି ମାତ୍ର ୧୫ ଟଙ୍କା | ଶ୍ରୀକାନ୍ତ କୁହନ୍ତି ଯେ ସେ ତାଙ୍କ ଗର୍ଲଫ୍ରେଣ୍ଡକୁ ବହୁତ ଭଲ ପାଉଥିଲେ, କିନ୍ତୁ ସେମାନେ ଏକାଠି ହୋଇପାରିନଥିଲେ |

ଶ୍ରୀକାନ୍ତଙ୍କ ଗର୍ଲଫ୍ରେଣ୍ଡ ତାଙ୍କୁ ଧୋକା ଦେଇ ଚାଲିଯିବା ପରେ ସେ ଏକ ଚା ଦୋକାନ ଖୋଲି ଏହାର ନାମ ‘ବେୱଫା ଟି ସେଣ୍ଟର’ ରଖିଥିଲେ | ଶ୍ରୀକାନ୍ତ କହିଛନ୍ତି ଯେ ତାଙ୍କ ଚା ’ଦୋକାନରେ ଯୁବକ ଏବଂ ପ୍ରେମୀଯୁଗଳଙ୍କ ଭିଡ଼ ଅଧିକ ହୋଇଥାଏ। ଅନେକ ଲୋକ ଦୋକାନର ନାମ ଶୁଣି ଚା ’ପିଇବା ପାଇଁ ପହଞ୍ଚନ୍ତି |

ସମ୍ବନ୍ଧିତ ଖବର