ଚିନି କାରଖାନା ଶ୍ରମିକଙ୍କ ପାଇଁ ମିଠା ଖବର ଆଣିଲେ ତାଙ୍କ ଝିଅ, ଟପ୍ପର ତାଲିକାରେ ପାଇଲେ ସ୍ଥାନ

ବେତିୟା: ଆଜି ବିହାର ବୋର୍ଡ ପକ୍ଷରୁ ମ୍ୟାଟ୍ରିକ୍ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି । ଆଉ ବିହାର ବେତିୟାର ଯୋଗପଟ୍ଟୀ ବ୍ଲକର ଭାବନା କୁମାରୀ ମାଟ୍ରିକ୍ ପରୀକ୍ଷାରେ ୪୮୪ ମାର୍କ ହାସଲ କରି ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ମାଟ୍ରିକ୍ ପରୀକ୍ଷାରେ ଟପ-୩ ସ୍ଥାନ ହାସଲ କରି ଭାବନା ସମଗ୍ର ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ଭାବନା କହିଛନ୍ତି ଯେ ସେ ଭବିଷ୍ୟତରେ ଜଣେ ଆଇଏଏସ୍ ଅଧିକାରୀ ହେବାକୁ ଚାହୁଁଛନ୍ତି। ମିଳିଥିବା ସୂଚନା ମୁତାବକ ଯୋଗପଟ୍ଟୀ ବ୍ଲକର ଓଜୱାଲିଆ ଗାଁର ବାସିନ୍ଦା ରାକେଶ ଝାଙ୍କ ଝିଅ ଭାବନା ତୃତୀୟ ସ୍ଥାନ ପାଇବା ପରେ ତାଙ୍କ ପରିବାର ଲୋକଙ୍କ ସହ ଗ୍ରାମବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି |

ଭାବନାଙ୍କ ପିତା ରାକେଶ ଏକ ଚିନି ମିଲରେ କାମ କରନ୍ତି। ତେବେ ତାଙ୍କ ଝିଅ ଯେତେ ପାଠ ପଢିବାକୁ ଚାହିଁବ ସେ ପଢ଼ାଇବେ ବୋଲି କହିଛନ୍ତି | ଏଥିପାଇଁ ଯେତେ କଷ୍ଟ ହେଲେ ବି ସହିଯିବେ ବୋଲି ରାକେଶ ହସି ହସି କହିଛନ୍ତି | ଭାବନା କହିଛନ୍ତି ଯେ ଏହି ଫଳାଫଳକୁ ନେଇ ସେ ବହୁତ ଖୁସି ଏବଂ ଭବିଷ୍ୟତରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗଦେବା ତାଙ୍କର ସ୍ୱପ୍ନ। ସଫଳତା ପାଇବାକୁ ପରିଶ୍ରମ ହିଁ ସବୁକିଛି ବୋଲି ଭାବନା କହିଛନ୍ତି |

ସମ୍ବନ୍ଧିତ ଖବର