ଭଦୋଦରା ସ୍କୁଲ୍‌ରେ ଛାତ୍ର ହତ୍ୟା ମାମଲା:ମୁଖ୍ୟ ଅଭିଯୁକ୍ତ ଧରାପଡ଼ିଲା

ନୂଆଦିଲ୍ଲୀ: ଭଦୋଦରାର ଏକ ବିଦ୍ୟାଳୟରେ ଗତକାଲି ଜଣେ ନବମ ଶ୍ରେଣୀ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ବେଳେ ଏହି ମାମଲାର ମୁଖ୍ୟ ଅଭିଯୁକ୍ତକୁ ଧରିବାରେ ପୁଲିସ ସକ୍ଷମ ହୋଇଛି। ଅଭିଯୁକ୍ତ ଜଣେ ଦଶମ ଶ୍ରେଣୀ ଛାତ୍ର ଏବଂ ନାବାଳକ ହୋଇଥିବାରୁ ଏକ କମିଟି ଗଠନ କରି ତାକୁ ଜେରା ପାଇଁ ବ୍ୟବସ୍ଥା ହେଉଛି। ଗତକାଲି ସ୍କୁଲରେ ଜଣେ ୧୫ ବର୍ଷୀୟ ଆଦିବାସୀ ଛାତ୍ରଙ୍କୁ ଛୁରା ମାଡ଼ କରି ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ହତ୍ୟାରେ ବ୍ୟବହାର ହୋଇଥିବା ଛୁରିକୁ ପୁଲିସ ଜବତ କରିଥିବା ବେଳେ ହତ୍ୟା ଅଭିଯୁକ୍ତ ଛାତ୍ର ବ୍ୟବହାର କରିଥିବା ବ୍ୟାଗ୍‌ ମଧ୍ୟ ଜବତ କରିଛି। ମୃତ ଛାତ୍ରଙ୍କ ଶରୀରରେ ୨୨ଟି ଗଭୀର କ୍ଷତି ଥିବାରୁ ଏଭଳି ବର୍ବରତା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ତେବେ ଅଭିଯୁକ୍ତ ଅତ୍ୟନ୍ତ ଯୋଜନାବଦ୍ଧ ଭାବେ ଏହି ହତ୍ୟାକାଣ୍ଡ ଘଟାଇଛି ଏବଂ ଏଥିରେ ତାକୁ ଅନ୍ୟ କେହି ଛାତ୍ର ସହାୟତା କରିଛି ବୋଲି ତଦନ୍ତକାରୀ ପୁଲିସ ଅଧିକାରୀ ଏ.କେ. ଓ୍ଵାଡିଆ କହିଛନ୍ତି। ହତ୍ୟାର ଶିକାର ହୋଇଥିବା ଛାତ୍ର ଜଣକ ତାଙ୍କ କାକାଙ୍କ ପାଖରେ ରହି ପଢ଼ୁଥିଲେ ଏବଂ ଚଳିତ ବର୍ଷ ସ୍କୁଲରେ ନୂଆ କରି ନାମ ଲେଖାଇଥିଲେ।

ସମ୍ବନ୍ଧିତ ଖବର