ବିଦେଶ ଗସ୍ତ ପାଇଁ ଦିଲ୍ଲୀ କୋର୍ଟଙ୍କ ଅନୁମତି ମାଗିଲେ ଭଦ୍ରା

ନୂଆଦିଲ୍ଲୀ : ପିଏମଏଲ୍‌ଏ ଆଇନ ଅଧୀନରେ ତଦନ୍ତ ସାମ୍ନା କରୁଥିବା କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଜାମାତା ରବର୍ଟ ଭଦ୍ରା ବିଦେଶ ଗସ୍ତ ପାଇଁ ଆଜି ଦିଲ୍ଲୀ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଚଳିତମାସ ୨୧ରୁ ଅକ୍ଟୋବର ୮ ପର୍ଯ୍ୟନ୍ତ ଭଦ୍ରା ସ୍ପେନ୍‌ ଏବଂ ଅନ୍ୟ ୟୁରୋପୀୟ ରାଷ୍ଟ୍ର ଗସ୍ତ କରିବାକୁ ଥିବାରୁ ଏଥିପାଇଁ ସେ କୋର୍ଟଙ୍କ ଅନୁମତି ମାଗିଛନ୍ତି। ତେବେ ଭଦ୍ରାଙ୍କ ଆବେଦନ ଉପରେ ଜବାବ ରଖିବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସମୟ ମାଗିଛି। କୋର୍ଟ ଆସନ୍ତା ୧୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ କରିଛନ୍ତି। ଉଲ୍ଲେଖଯୋଗ୍ୟ ଗତ ଜୁନ୍‌ରେ ମଧ୍ୟ କୋର୍ଟ ଭଦ୍ରାଙ୍କୁ ୬ ସପ୍ତାହ ପାଇଁ ଆମେରିକା ଏବଂ ନେଦରଲାଣ୍ଡ୍‌ ଯିବାକୁ ଅନୁମତି ଦେଇଥିଲେ।

ସମ୍ବନ୍ଧିତ ଖବର