ଭଦ୍ରାଙ୍କୁ ଟ୍ୟୁମର୍‌, ବିଦେଶ ଯିବାକୁ ଅନୁମତି ମିଳିଲାନି

ନୂଆଦିଲ୍ଲୀ: ବିଦେଶରେ ସମ୍ପତ୍ତି କିଣିବା ସମ୍ପର୍କିତ ମନି ଲଣ୍ଡେରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ ରବର୍ଟ ଭଦ୍ରାଙ୍କ ବିରୋଧରେ ସମନ୍‌ ଜାରି କରି ଗୁରୁବାର ହାଜର ହେବା ପାଇଁ ନିର୍ଦେଶ ଦେଇଛି।
ଉକ୍ତ ମାମଲାରେ କୋର୍ଟ ଭଦ୍ରାଙ୍କୁ କିଛି ନିର୍ଦିଷ୍ଟ ସର୍ତ୍ତ ରଖି ଆଗୁଆ ଜାମିନ ଦେଇଥିଲେ। କୋର୍ଟର ବିନା ଅନୁମତିରେ ଭଦ୍ରାଙ୍କୁ ବିଦେଶ ନଯିବା ପାଇଁ କୁହାଯାଇଥିଲା। ତେବେ ଗତ ସପ୍ତାହରେ ପ୍ରବର୍ତ୍ତନ ନିର୍ଦେଶାଳୟ ଭଦ୍ରାଙ୍କୁ ଦିଆଯାଇଥିବା ଆଗୁଆ ଜାମିନ୍‌କୁ ରଦ୍ଦ କରିବାକୁ ଆବେଦନ କରିଥିଲା। ଏହି ପ୍ରସଙ୍ଗରେ କୋର୍ଟ ତରଫରୁ ଭଦ୍ରାଙ୍କ ପ୍ରତିକ୍ରିୟା ମଗାଯାଇଥିଲା। ଅନ୍ୟପକ୍ଷେ ଭଦ୍ରା ଚିକିତ୍ସା ପାଇଁ ବିଦେଶ ଯିବାକୁ ଅନୁମତି ଦେବାକୁ ବୁଧବାର ଅନୁରୋଧ କରିଛନ୍ତି। ଭଦ୍ରାଙ୍କ ପକ୍ଷରୁ ଡାକ୍ତରୀ ପ୍ରମାଣପତ୍ର ଦିଆଯାଇ କୁହାଯାଇଛି ତାଙ୍କ ବଡ଼ ଅନ୍ତରେ ଟ୍ୟୁମର୍‌ ହୋଇଛି। ତେଣୁ ତାଙ୍କ ପାସ୍‌ପୋର୍ଟ ଫେରସ୍ତ କରାଯାଇ ବିଦେଶ ଯିବାକୁ ଅନୁମତି ଦିଆଯାଉ।

ସମ୍ବନ୍ଧିତ ଖବର