ପାଲଘର ସାଧୁଙ୍କ ହତ୍ୟା ଘଟଣାକୁ ନେଇ ପ୍ରଶ୍ନ ଉଠାଇଲେ ଭାଗବତ

ନୂଆଦିଲ୍ଲୀ: ଆରଏସଏସ ବା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ମୁଖ୍ୟ ମୋହନ ଭାଗବତ ପାଲଘରରେ ସାଧୁଙ୍କ ହତ୍ୟା ଘଟଣାକୁ ନେଇ ପ୍ରଶ୍ନ ଉଠାଇଛନ୍ତି | ଭାଗବତ ପୁଲିସର ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି | ସାଧୁଙ୍କ ହତ୍ୟାକୁ ନେଇ ସେ କହିଛନ୍ତି ଯେ ପାଲଘର ଘଟଣାକୁ ନେଇ ବୟାନବାଜି ଆରମ୍ଭ ହୋଇଯାଇଛି | ଏହି କାର୍ଯ୍ୟ କ’ଣ ହେବା ଉଚିତ୍? ଆଇନ ଶୃଙ୍ଖଳା ହାତକୁ ନେବା ଉଚିତ କି? ଯେତେବେଳେ ଏହା ଘଟୁଥିଲା ପୁଲିସ କ’ଣ କରୁଥିଲା ?

ଏଠାରେ ସୂଚନା ଥାଉ କି ମହାରାଷ୍ଟ୍ରର ପାଲଘରଠାରୁ ପ୍ରାୟ ୧୦୦ କିଲୋମିଟର ଦୂରରେ ୧୬-୧୭ ଏପ୍ରିଲ ରାତିରେ ଦୁଇଜଣ ସାଧୁଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ହୋଇଥିଲା | ପାଲଘରର ଗାଡଚିଞ୍ଚଲେ ଗାଁରେ ମୁମ୍ବାଇରୁ ସୁରଟକୁ ଯାଉଥିବା ଦୁଇଜଣ ସାଧୁ ଓ ତାଙ୍କ ଡ୍ରାଇଭରଙ୍କୁ ହତ୍ୟା କରିଥିଲେ। ଭାଇରାଲ ଭିଡିଓରେ ଜଣେ ସାଧୁ ନିଜ ଜୀବନ ବଞ୍ଚାଇବାକୁ ପୁଲିସ କର୍ମଚାରୀଙ୍କ ପଛରେ ଲୁଚିଥିବାର ନଜର ଆସିଥିଲେ।

କିନ୍ତୁ ପୁଲିସ ତାଙ୍କୁ ସାହାଯ୍ୟ କରିନଥିଲା। ଉତ୍ୟକ୍ତ ଜନତା ସାଧୁମାନଙ୍କୁ ଟାଣି ନେଇ ସେମାନଙ୍କୁ ପିଟିପିଟି ହତ୍ୟା କରିଥିଲେ। ଦୁଇ ଜଣ ସାଧୁ ମୁମ୍ବାଇର ଜାଗେଶ୍ଵରୀ ହନୁମାନ ମନ୍ଦିରରୁ ଆସିଥିଲେ । ଉଭୟ ସାଧୁ ଗୁରୁଙ୍କ ଅନ୍ତିମ ସଂସ୍କାର ପାଇଁ ମୁମ୍ବାଇରୁ ସୁରଟକୁ ଯାଉଥିଲେ। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏହି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର