ଶିବସେନା-ବିଜେପିର ସ୍ବାର୍ଥକୈନ୍ଦ୍ରିକ ନୀତିକୁ ଭାଗବତଙ୍କ ସମାଲୋଚନା

ମୁମ୍ବାଇ: ମହାରାଷ୍ଟରେ ସରକାର ଗଠନ ପାଇଁ ବିଜେପି-ଶିବସେନା ମଧ୍ୟ‌ରେ ଯେଉଁଭଳି ତିକ୍ତତା ବଢ଼ିଛି, ତାହାକୁ ସମାଲୋଚନା କରିଛନ୍ତି ଆରଏସଏସ୍‌ ମୁଖ୍ୟ ମୋହନ ଭାଗବତ। ଶିବସେନା ଏବଂ ବିଜେପିର ସ୍ବାର୍ଥକୈନ୍ଦ୍ରିକ ନୀତି ଯୋଗୁଁ ସମସ୍ୟା ଉପୁଜିଥିବା ଭାଗବତ କହିଛନ୍ତି। ସେ କହିଛନ୍ତି ସମସ୍ତେ ଜାଣନ୍ତି ଯେ ସ୍ବାର୍ଥପରତା ଅତି ଖରାପ୍‌, କିନ୍ତୁ ଖୁବ୍‌ କମ୍‌ ‌ଲୋକ ସ୍ବାର୍ଥରୁ ଊର୍ଦ୍ଧ୍ବକୁ ଉଠି କାମ କରନ୍ତି। ନାଗପୁରରେ ଆଜି ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ସମୟରେ ଭାଗବତ ବିଜେପି ଏବଂ ଶିବସେନା‌ର ନାମ ନନେଇ ମଧ୍ୟ ଏହି ଦୁଇ ଦଳକୁ ଚେତାବନୀ ଦେଇ ଏଭଳି କଡ଼ା ଟିପ୍ପଣୀ ରଖିଛନ୍ତି। ଭାଗବତ କହିଛନ୍ତି, ସମସ୍ତେ ଜାଣନ୍ତି ଯେ ଉଭୟ ଦଳ ଯଦି କୌଣସି ପ୍ରସଙ୍ଗ ପାଇଁ ପରସ୍ପର ବିରୋଧରେ ଲଢ଼େଇ ଜାରି ରଖନ୍ତି ତେବେ ଉଭୟ ହିଁ ହାରିବେ।

ସମ୍ବନ୍ଧିତ ଖବର