ବିଜେପିକୁ ଝଟକା ଦେଇ ବିଜେଡିରେ ଯୋଗ ଦେଲେ ଆନନ୍ଦପୁରର ପୂର୍ବତନ ବିଧାୟକ

ଭୁବନେଶ୍ୱର : ଆଜି  ବିଜେପିକୁ ଝଟକା ଦେଇ ଆନନ୍ଦପୁର ବିଧାନସଭା ଆସନ ପାଇଁ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାଗିରଥୀ ସେଠୀ ଦଳ ଛାଡ଼ି ବିଜେଡ଼ିରେ ଯୋଗ ଦେଇଛନ୍ତି । ସେ ବିଧିବଦ୍ଧଭାବେ ନବୀନ ନିବାସରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତରେ ବିଜେଡ଼ିରେ ଯୋଗ ଦେଇଛନ୍ତି ।

ଏଠାରେ ସୂଚନାଯୋଗ୍ୟ ଯେ  ଭାଗିରଥୀ ସେଠୀ ମେଣ୍ଟ ସରକାର ଥିବା ବେଳେ୨୦୦୯ରୁ ୨୦୧୪ ଯାଏ ବିଜେଡ଼ି ବିଧାୟକ ଥିଲେ । କିନ୍ତୁ ୨୦୧୪ରେ ବିଜେଡି ତାଙ୍କୁ ଟିକେଟ୍ ଦେଇ ନଥିଲା । ଏହାପରେ ସେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ ।

 

ସମ୍ବନ୍ଧିତ ଖବର