ପାନ ଖଣ୍ଡକରୁ ଜଣାପଡେ ଝିଅ ପସନ୍ଦ କରେ ନା ନାହିଁ !

ଇନ୍ଦୋର: ଅଜବ ଭାରତର ଗଜବ ପରମ୍ପରା | ଆଉ ଏହି ପରମ୍ପରା ଭିତରେ ପାନର ଗୁରୁତ୍ୱ ବି ବହୁତ ଥାଏ | ଓଡ଼ିଶାରେ ରଜ ପାନ ଖାଇବାର ପରମ୍ପରା ଥିବାବେଳେ ମଧ୍ୟପ୍ରଦେଶରେ ପାନ ପ୍ରେମ ନିବେଦନର ମାଧ୍ୟମ ହୋଇଥାଏ | ଆପଣ ରଜ ପାନ କଥା ଜାଣିଥିବେ ଆଜି ଆପଣଙ୍କୁ ପ୍ରେମ ପାନ ବାବଦରେ କହିବୁ | ଏଠାରେ ଯୁବତୀ ଜଣକ ଯଦି ଯୁବକଙ୍କ ପକ୍ଷରୁ ଦିଆଯାଇଥିବା ପାନକୁ ଖାଇଦିଅନ୍ତି ତେବେ ଯୁବକଙ୍କ ପ୍ରେମ ନିବେଦନକୁ ସ୍ୱୀକାର କଲେ ବୋଲି ବିଶ୍ୱାସ ରହିଛି |

Photo-NobleHouseTours.com

ମଧ୍ୟପ୍ରଦେଶ ଇନ୍ଦୋରର ଝାବୁଆ ଗାଁ | ହୋଲି ସମୟରେ ଏଠାରେ ପାଳନ କରାଯାଇଥାଏ ଭଗୋରିଆ ଉତ୍ସବ | ଏହି ସମୟରେ ହାଟ ଓ ବଜାର ବସିଥାଏ | ଆଦିବାସୀ ସମ୍ପ୍ରଦାୟର ବହୁ ସଂଖ୍ୟାରେ ଯୁବକ ଯୁବତୀ ବଜାରରୁ ସାମଗ୍ରୀ କିଣାକିଣି କରିବାକୁ ଆସିଥାନ୍ତି | କେବଳ ଜିନିଷ କିଣିବାକୁ ଆସିନଥାନ୍ତି ବରଂ ଉଭୟ ଯୁବକ ଯୁବତୀ ସଜେଇ ହୋଇ ସେମାନଙ୍କ ଭାବି ସ୍ୱାମୀ ବା ସ୍ତ୍ରୀଙ୍କୁ ଖୋଜିବାକୁ ଆସିଥାନ୍ତି | ଜୀବନସାଥୀକୁ ଖୋଜିବାକୁ ପାନ ଏଠାରେ ପ୍ରମୁଖ ଭୂମିକା ନିର୍ବାହ କରିଥାଏ |

ଭଗୋରିଆ ଉତ୍ସବର ହାଟରେ ଯୁବକ ମନପସନ୍ଦର ଯୁବତୀଙ୍କୁ ପାନ ଖାଇବାକୁ ଦେଇଥାନ୍ତି | ଯଦି ଯୁବତୀ ଜଣକ ପାନ ଖାଇଥାନ୍ତି ତେବେ ଝିଅର ସେହି ଯୁବକଙ୍କୁ ବିବାହ କରିବାର ସ୍ୱୀକୃତି ଥିବାର ଜଣାପଡ଼ିଥାଏ | ଏହା ପରେ ଦୁଇ ପରିବାର ପକ୍ଷରୁ କଥା ହୋଇ ଯୁବକ ଯୁବତୀଙ୍କ ବିବାହ କରିଦିଆଯାଏ | କିନ୍ତୁ ଯୁବତୀ ଜଣକ ଯଦି ପାନ ଖାଇବାକୁ ମନା କରିଦିଅନ୍ତି ତେବେ ଯୁବକଙ୍କୁ ଯୁବତୀ ପସନ୍ଦ କରିନଥିବା ଜଣାପଡ଼ିଥାଏ |

ସମ୍ବନ୍ଧିତ ଖବର