ଭାଇକୋଙ୍କ ରାଜ୍ୟସଭା ପ୍ରାର୍ଥିପତ୍ର ଗ୍ରହଣ କଲେ ଇସି

ନୂ୍ଆଦିଲ୍ଲୀ: ଏମ୍‌ଡିଏମ୍‌କେ ମୁଖ୍ୟ ଭାଇକୋଙ୍କ ରାଜ୍ୟସଭା ପ୍ରାର୍ଥିତ୍ବକୁ ନେଇ ଯେଉଁ ଅନିଶ୍ଚିତତା ଜାରି ରହିଥିଲା ତା’ର ଅବସାନ ଘଟାଇ ନିର୍ବାଚନ କମିସନ ଆଜି ଭାଇକୋଙ୍କ ପ୍ରାର୍ଥିପତ୍ର ଗ୍ରହଣ କରିଛନ୍ତି। ନିର୍ବାଚନ କମିସନଙ୍କ ସ୍ବୀକୃତି ମିଳିବାପରେ ଭାଇକୋ ୨୩ ବର୍ଷ ପରେ ରାଜ୍ୟସଭାକୁ ନିର୍ବାଚିତ ହେବା ବାଟ ଫିଟିଯାଇଛି। ପ୍ରାର୍ଥିପତ୍ର ଯା‌ଞ୍ଚ ପରେ ନିର୍ବାଚନ ଅଧିକାରୀ ଘୋଷଣା କରିଛନ୍ତି ଯେ ଭାଇକୋଙ୍କ ଦସ୍ତାବିଜ ଠିକ୍‌ ଅଛି ଏବଂ ତାଙ୍କ ପ୍ରାର୍ଥିପତ୍ର ଗ୍ରହଣ କରାଯାଇଛି। ଉଲ୍ଲେଖଯୋଗ୍ୟ ୨୦୦୯ ମସିହାର ଏକ ଦେଶ‌ଦ୍ରୋହ ମାମଲାରେ ଭାଇକୋଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରି ୧ ବର୍ଷ ଜେଲ୍‌ଦଣ୍ଡରେ ଦଣ୍ଡିତ କରିବା ପରେ ତାଙ୍କ ରାଜ୍ୟସଭା ପ୍ରାର୍ଥିତ୍ବକୁ ନେଇ ଅନିଶ୍ଚିତତା ଜାରି ରହିଥିଲା।

ସମ୍ବନ୍ଧିତ ଖବର