ଜୟପୁର: ସାଙ୍ଗନୌର ବିଧାୟକ ଭଜନଲାଲ ଶର୍ମା ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ପ୍ରଥମଥର ସାଙ୍ଗନୌର ଆସନରୁ ବିଜୟୀ ହୋଇଥିବା ଭଜନଲାଲ ଶର୍ମାଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ବିଜେପି ମୋହର ମାରିଥିଲା।

Advertisment

ତେବେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ହେବାପରେ ଭଜନଲାଲ ଶର୍ମା ଗତ ସୋମବାର  ଅର୍ଥାତ ଫେବ୍ରୁଆରି ୫ ତାରିଖ‌ରେ ଦୁଇଦିନିଆଗସ୍ତରେ ଭରତପୁରରେ ପହଞ୍ଚିଥିଲେ। ଭାରତପୁର ପହଞ୍ଚିବା ପୂର୍ବରୁ ସେ  ପୂଜ୍ୟ ଶ୍ରୀ ନାଥଜି ମହାରାଜଙ୍କ ଦର୍ଶନ କରିଥିଲେ ଓ ଗିରିରରାଜ ଜିଙ୍କ ପୂଜା-ଅର୍ଚ୍ଚନା କରି ରାଜ୍ୟରେ ସୁଖଶାନ୍ତି ଓ ଭାଇଚାରା  ବଜାୟ ରହୁ ଏବଂ ମାନବ କଲ୍ୟାଣର ମଙ୍ଗଳ କାମନା କରିଥିଲେ। ଏହାପରେ  ଭଜନଲାଲ ଶ୍ରଦ୍ଧାଳୁଙ୍କ ସହିତ ମନ୍ଦିରରେ ପ୍ରସ‌ାଦ ସେବନ ବି କରିଥିଲେ।

ଭଜନଲାଲ ଶର୍ମା ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମଥର ପାଇଁ ନିଜ ଜନ୍ମଭୂମି ଅଟାରିରେ ପହଞ୍ଚିଥିଲେ।  ଏଠାରେ ମୁଖ୍ୟମନ୍ତ୍ରୀଙ୍କୁ ବାପା ଓ ମା’ଙ୍କ ସମେତ ଗ୍ରାମବାସୀ ମିଶି ଜୋରଦାର ସ୍ବାଗତ କରିଥିଲେ।

ନିଜ ଗାଁ ମାଟିରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଗ୍ରାମବାସୀଙ୍କୁ କହିଥିଲେ, ମୁଁ ମୁଖ୍ୟମନ୍ତ୍ରୀ ଭାବେ କେବେ ଏମାଟିରେ ପାଦ ରଖିବି ଭାବି ନଥିଲି। ଆପଣଙ୍କୁ କ’ଣ ବା କହିବି। ମୋତେ ତ ପିଲାଟି ବେଳରୁ ଏଗ୍ରାମର ପ୍ରତ୍ୟେକ ସଦସ୍ୟ ଜାଣିଛନ୍ତି। ତେବେ ମୋ ଦ୍ବାରା ରାଜ୍ୟର ଯେତିକି ବିକାଶମୂଳକ କାମ ହୋଇପାରିବ ମୁଁ କରିବି ବୋଲି ପ୍ରତିଜ୍ଞା କରୁଛି।

ଦେଶର ପ୍ରଧ‌ାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯାହା କହିଥାଆନ୍ତି ତାହା କରିଥାଆନ୍ତି ଏବଂ ଯାହା କରିଥାଆନ୍ତି ତାହ ହିଁ କହିଥାଆନ୍ତି। ମୁଁ ତାଙ୍କର ପଦାଙ୍ଗ ଅନୁସରଣ କରି ଆଗକୁ ବଢ଼ିବି।’