ପୁଅ ନାମରେ ସଙ୍ଗୀନ ଅଭିଯୋଗ ଆସିବା ପରେ ପ୍ରତିକ୍ରିୟା ରଖିଲେ ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ, କହିଲେ ଅଭିଯୋଗ ପ୍ରମାଣିତ ହେଲେ ରାଜନୀତିରୁ ସନ୍ୟାସ ନେବି

ହାଇଦ୍ରାବାଦ: ପୁଅ ନାମରେ ଟିକେଟ୍‌ ପାଇଁ ଟଙ୍କା ମାଗୁଥିବା ନେଇ ତେଲେଙ୍ଗାନା କଂଗ୍ରେସ ନେତାଙ୍କ ଅଭିଯୋଗ ପରେ ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ ପ୍ରତିକ୍ରିୟା ରଖିଛନ୍ତି । ଭକ୍ତ ଦାସ ତାଙ୍କ ବିରୋଧରେ ଏକ ବଡ ଷଡଯନ୍ତ୍ର କରାଯାଇଛି ବୋଲି କହିବା ସହ ଏନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସହ କଥା ହୋଇଛନ୍ତି । ଯଦି ଏହା ସତ୍ୟ ପ୍ରମାଣିତ ହୁଏ ତେବେ ସେ ରାଜନୀତିରୁ ସନ୍ୟାସ୍‌ ନେବେ । ଆଉ ଯଦି ମିଥ୍ୟା ବୋଲି ପ୍ରମାଣ ମିଳେ ତେବେ ଅଭିଯୋଗ ଆଣିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ପ୍ରକାଶିତ ଖବର ମୁତାବକ, ରଙ୍ଗାରେଡ୍ଡି ଜିଲ୍ଲା କଂଗ୍ରେସ ସଭାପତି ତେଲେଙ୍ଗାନା ପାଇଁ ଏଆଇସିସି ସ୍କ୍ରିନିଂ କମିଟି ମୁଖ୍ୟ ଥିବା ଭକ୍ତ ଦାସଙ୍କ ପୁଅ ସାଗରଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଛନ୍ତି । ଆଗାମୀ ଡିସେମ୍ବର ୭ରେ ହେବାକୁ ଥିବା ତେଲେଙ୍ଗାନା ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଟିକେଟ ବଣ୍ଟାକୁ ନେଇ ବିବାଦ ସୃଷ୍ଟି ହୋଇଛି।

ଟିକେଟ ଆଶାୟୀ ଥିବା ରଙ୍ଗାରେଡ୍ଡି ଜିଲ୍ଲା ସଭାପତି କେ. ମାଲେଶି, ଏକ ସାମ୍ବାଦିକ ସମ୍ମିଳନୀ କରି ସାଗରଙ୍କ ବିରୋଧରେ ସଂଘାତିକ ଅଭିଯୋଗ ବାଢିଛନ୍ତି । ରଙ୍ଗାରେଡ୍ଡି ଜିଲ୍ଲାରେ ଥିବା ଇବ୍ରାହିମପଟ୍ଟନମ୍‌ ଆସନରୁ ଟିକେଟ ଆଶାୟୀ ଥିଲେ ଜିଲ୍ଲା କଂଗ୍ରେସ ସଭାପତି କ୍ୟାମା ମାଲେଶ, ହେଲେ ଏଥିପାଇଁ ତାଙ୍କ ଠାରୁ ଦଳ ୩ କୋଟି ଟଙ୍କା ଦାବି କରିଥିଲା । ଏଆଇସିସି ସ୍କ୍ରିନିଂ କମିଟି ମୁଖ୍ୟ ଭକ୍ତ ଦାସଙ୍କ ପୁଅ ସାଗର ଏଥିପାଇଁ ମଧ୍ୟସ୍ଥି ସାଜିଥିବା ଅଭିଯୋଗ କରିଛନ୍ତି ମାଲେଶ ।

ସମ୍ବନ୍ଧିତ ଖବର