ଭାରତ ବନ୍ଦ ଯୋଗୁଁ ୧୨ଟି ଟ୍ରେନ୍‌ ବାତିଲ କଲା ପୂର୍ବତଟ ରେଳବାଇ

କୋଲ୍‌କାତା: ଇନ୍ଧନ ଦର ବଢୁଥିବା ଯୋଗୁଁ ବିରୋଧୀ ଦଳଗୁଡ଼ିକ ଭାରତ ବନ୍ଦ ପାଳନ କରୁଥିବାରୁ ସୋମବାର ଦିନ ପୂର୍ବତଟ ରେଳବାଇ ଅନ୍ୟୂନ ୧୨ଟି ଟ୍ରେନ୍‌ ବାତିଲ କରିଛି।

ବାତିଲ ଓ ବିଳମ୍ବରେ ଚାଲୁଥିବା ରେଳଗାଡ଼ି:

୧, ୧୨୦୭୪ ଭୁବନେଶ୍ୱର-ହାଓଡ଼ା ଜନ ଶତାବ୍ଦୀ ଏକ୍ସପ୍ରେସ୍‌
୨. ୨୨୮୧୯ ଭୁବନେଶ୍ୱର-ବିଶାଖାପଟନମ୍‌ ଇଣ୍ଟର୍‌ ସିଟି ଏକ୍ସପ୍ରେସ୍‌
୩. ୧୮୦୧୮ ରାଉରକେଲା-କୋରାପୁଟ ଏକ୍ସପ୍ରେସ୍‌ (ରିସିଡ୍ୟୁଲ୍‌ଡ୍‌)
୪. ୫୮୩୦୧ ସମ୍ବଲପୁର-କୋରାପୁଟ ପାସେଞ୍ଜର୍‌ ରାୟଗଡ଼ା ଠାରେ ବାତିଲ କରାଯାଇଛି
୫. ୧୮୦୦୫ ହାଓଡ଼ା-ଜଗଦଳପୁର ସମଲେଶ୍ୱରୀ ଏକ୍ସପ୍ରେସ୍‌ ଲକ୍ଷ୍ମୀପୁର ରୋଡ୍‌ରେ ଅଟକିଛି
୬. ୧୮୪୪୮ ଜଗଦଳପୁର-ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସ୍‌ (ରୁଟ୍‌ ପରିବର୍ତ୍ତନ)
୭. ୧୮୪୩୮ ଜୁନାଗଡ଼ ରୋଡ୍‌- ଭୁବନେଶ୍ୱର ଏକ୍ସପ୍ରେସ୍‌ ୧୮୪୪୮ ହିରାଖଣ୍ଡ ଏକ୍ସପ୍ରେସ୍‌ ସହ ବିଜୟନଗରମ ଠାରେ ସଂଯୋଗ କରାଯିବ

ସକାଳେ କଂଗ୍ରେସ କର୍ମୀମାନେ ଅନ୍ୟ ବିରୋଧୀ ଦଳଙ୍କ ସହ ମିଶି ସମ୍ବଲପୁର ଠାରେ ରେଳ ରୋକ କରିଥିଲେ।

ସମ୍ବନ୍ଧିତ ଖବର